Advertisment

ଗୁଲୁଗୁଲାରେ ବିଷ ଦେଇ ମାରିଦେଲା ୨୦ କୁକୁର

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା। ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ। ଯେଉଁଠାରେ ଜଣେ ଜଳଖିଆ ଦୋକାନୀ ୨୦ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। କୁକୁରମାନଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖା ଦେଇଛି। ଗତ ତିନି ଦିନ ଭିତରେ ଏହି ଅଞ୍ଚଳରେ ୨୦ କୁକୁରଙ୍କର ପ୍ରାଣ ଗଲାଣି। ତେବେ ଆଜି ସ୍ଥାନୀୟ […]

ଅଦ୍ୟତନ ହୋଇଛି
ଗୁଲୁଗୁଲାରେ ବିଷ ଦେଇ ମାରିଦେଲା ୨୦ କୁକୁର

dog

Advertisment

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା। ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ। ଯେଉଁଠାରେ ଜଣେ ଜଳଖିଆ ଦୋକାନୀ ୨୦ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। କୁକୁରମାନଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖା ଦେଇଛି।

Advertisment

ଗତ ତିନି ଦିନ ଭିତରେ ଏହି ଅଞ୍ଚଳରେ ୨୦ କୁକୁରଙ୍କର ପ୍ରାଣ ଗଲାଣି। ତେବେ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ଥାନାରେ ଅଭିଯୋଗ କରିଥିଲେ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଜଣେ ଜଳଖିଆ ଦୋକାନୀର ହାତ ଥିବା ସନ୍ଦେହ କରାଯାଉଛି। କାରଣ ସେହି ବ୍ୟକ୍ତିର ଦୋକାନ ଆଗରେ କୁକୁରମାନେ ପ୍ରତିଦିନ ଉତ୍ପାତ କରୁଥିଲେ। ଆଉ ଦୋକାନୀ ଜଣକ ରାଗରେ ହୁଏତ ଏହି କୁକୁରଙ୍କୁ ମାରିଥିବା କୁହାଯାଉଛି। ଗ୍ରାମବାସୀ ଏ ନେଇ ଚୌଦ୍ଵାର ଥାନାରେ ଏକ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe