Advertisment

ବିଏମ୍‌ସିର ୨୨ କର୍ମଚାରୀ ପଜିଟିଭ

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌ରେ ପଶିଛି କରୋନା। ବିଏମ୍‌ସିର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଥିପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଏମ୍‌ସି କାର୍ଯ୍ୟାଳୟର ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ କଟକ ଲିଙ୍କ୍ ରୋଡ୍ […]

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୭.୨୫ଲକ୍ଷ ଭୋଟର, ୱାର୍ଡ-୮ରେ ସର୍ବାଧିକ

BMC

Advertisment

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌ରେ ପଶିଛି କରୋନା। ବିଏମ୍‌ସିର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଥିପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଏମ୍‌ସି କାର୍ଯ୍ୟାଳୟର ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Advertisment

ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ କଟକ ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ ସିଲ୍ କରିଛି ସିଏମସି। ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ସହିତ କୋଚିଂ ସେଣ୍ଟର ଗୁଡ଼ିକୁ ମଧ୍ୟ କରୋନା ଯୋଗୁ ବନ୍ଦ କରିବା ସହିତ ଅନ୍‌ଲାଇନ୍ କ୍ଲାସ୍ କରିବାକୁ କୁହାଯାଇଛି। କିନ୍ତୁ ଏହି ଗାଇଡ୍‌ଲାଇନ୍‌କୁ ନମାନି ଲିଙ୍କ୍ ରୋଡରେ ଥିବା AR କ୍ରିଏସନ୍ ସେଣ୍ଟର ନାମକ ଏକ କୋଚିଂ ସେଣ୍ଟର ଅଫ୍‌ଲାଇନ୍‌ରେ ପିଲାମାନଙ୍କୁ ପାଠ ପଢାଉଥିଲା। ଏହାସହ ସାମାଜିତ ଦୂରତା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା। ସିଏମ୍‌ସିର ଏକ ଟିମ୍ ଆଜି ଚଢ଼ାଉ କରି ଏହି କୋଚିଂ ସେଣ୍ଟରକୁ ସିଲ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe