Advertisment

ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳିମାଡ଼

ସମସ୍ତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
 injured

injured

Advertisment

କଟକ ଜିଲ୍ଲା ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼। ଗୁଳିମାଡ଼ରେ ୩ ଗୁରୁତର। ସେମାନେ ଗୋଟିଏ ପରିବାରର। ସମସ୍ତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ। ସେମାନଙ୍କ ପେଟ ଓ ହାତରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏହାଛଡ଼ା ସେମାନଙ୍କ ଦେହରେ ଏକାଧିକ ଗୁଳି ମଧ୍ୟ ବାଜିଛି।

Advertisment

ଖବର ପାଇବା ପରେ ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେପଟେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୁଲିସ ପ୍ରୟାଶ କରୁଛି। ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ହେଁ ଏହା ପଛରେ ପ୍ରେମଜନିତ କାରଣ ରହିଛି ବୋଲି ଆଲୋଚନା ହୋଇଛି।

ଏନେଇ ଆହତଙ୍କ ସମ୍ପର୍କିୟ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe