Advertisment

ରକ୍ତ ବିକ୍ରି ପାଇଁ ରେଡ୍‌କ୍ରସ୍ ରକ୍ତ ଭଣ୍ଡାର ଆଗରେ ଚାଲିଥିଲା ମୂଲଚାଲ, ୩ ଗିରଫ

ଏସିବି ନିକଟ ରେଡ୍‌କ୍ରସ୍ ରକ୍ତ ଭଣ୍ଡାର ଆଗରେ ଥିବା ପାନ ଦୋକାନରେ ଚାଲିଥିଲା ରକ୍ତ ବିକ୍ରି ମୂଲଚାଲ।

author-image
Niranjan Mishra
ଅଦ୍ୟତନ ହୋଇଛି
trafficker

trafficker

ଏସିବି ନିକଟ ରେଡ୍‌କ୍ରସ୍ ରକ୍ତ ଭଣ୍ଡାର ଆଗରେ ଥିବା ପାନ ଦୋକାନରେ ଚାଲିଥିଲା ରକ୍ତ ବିକ୍ରି ନିମନ୍ତେ ମୂଲଚାଲ। ଦଲାଲିରେ ସମ୍ପୃକ୍ତ ୩ ଜଣଙ୍କୁ ଧରିଛି ପୁଲିସ। ଏହି ଦଲାଲମାନେ ରକ୍ତ ୟୁନିଟ୍ ପିଛା ହଜାର ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରୋଗୀଙ୍କ ସମ୍ପର୍କିୟଙ୍କ ଠାରୁ ଶୋଷଣ କରି ନେଉଥିଲେ। ଦୀର୍ଘଦିନ ଧରି ଏହି ଦଲାଲମାନେ ସକ୍ରିୟ ଥିବା ମଙ୍ଗଳାବାଗ ଥାନା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ସ୍ୱାଇଁ, ପଦ୍ମଚରଣ ଦାସ ଓ ସଞ୍ଜୟ ପ୍ରଧାନ।

Advertisment

ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଗୁରୁତର ରୋଗୀଙ୍କୁ କିପରି ଟାର୍ଗେଟ କରିହେବ ସେନେଇ ଅଭିଯୁକ୍ତମାନେ ଜାଲ ବିଛାଇ ରଖିଥିଲେ। ରକ୍ତ ଭଣ୍ଡାର ଆଗରେ ଥିବା ପାନ ଦୋକାନ ଆଗରେ ସେମାନେ ଆଡ୍ଡା ଜମାଉଥିଲେ। କୌଶଳ କରି ରୋଗୀଙ୍କ ସମ୍ପର୍କିୟଙ୍କ ସହ କଥା ହୋଇ ଆବଶ୍ୟକତା ପଚାରି ବୁଝୁଥିଲେ। ରୋଗୀଙ୍କ ସମ୍ପର୍କିୟ ରକ୍ତ ଆବଶ୍ୟକ କରୁଥିବା ପ୍ରକାଶ କଲେ କୌଶଳ କରି ଚଢ଼ାଦର ନେଇ ରକ୍ତ ଯୋଗାଇ ଦେଉଥିଲେ। ତେବେ ଏହି ରାକେଟରେ ରକ୍ତ ଭଣ୍ଡାର କର୍ମଚାରୀ କିମ୍ବା ଅନ୍ୟକାହାର ସମ୍ପୃକ୍ତି ରହିଛି ନା ନାହିଁ, ତାହାର ତଦନ୍ତ କରାଯିବ। ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ସାଦା ପୋଷାକରେ ମୁତୟନ ହୋଇ ଏହି ଦଲାଲମାନଙ୍କୁ ଧରିଛି। ପୂର୍ବରୁ ଏଭଳି ଦଲାଲି ଧରାପଡ଼ି ନ ଥିଲେ ହେଁ ଆଗକୁ ଏହାକୁ ରୋକିବାକୁ ପଦକ୍ଷେପ ନିଆଯିବ। ଏସ୍‌ସିବିରେ ବୁଲୁଥିବା ଦଲାଲଙ୍କୁ ଧରିବାକୁ ପୁଲିସ ମୁତୟନ ରହିଛି। ଆଗକୁ ରକ୍ତ ଭଣ୍ଡାର ପାଖରେ ମଧ୍ୟ ନଜର ରଖାଯିବ ବୋଲି ଏସିପି କହିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବ୍ଲଡ଼ ରିକ୍ୟୁଜିସନ ଜବତ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ଫୋନ ମଧ୍ୟ ଜବତ କରାଯାଇଛି। ବ୍ଲକ ନେଉଥିବା ରୋଗୀ ଓ ତାଙ୍କ ସମ୍ପର୍କିୟଙ୍କୁ ମଧ୍ୟ ପୁଲିସ ପକ୍ଷରୁ ପଚାରାଉଚରା କରାଯାଇଛି।

Advertisment
Scb Dalal