Advertisment

ଚିଲିକା ଘେରି ଉଚ୍ଛେଦରେ ଖର୍ଚ୍ଚ ହେବ ୩୦ କୋଟି, ଡ୍ରୋନ୍ ଯୋଗେ ନଜର ରଖିବାକୁ ଦୈନିକ ଆବଶ୍ୟକ ୪୮ ହଜାର

ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କରିବାକୁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା କେବଳ ଗ୍ରୀଷ୍ମ ଋତୁରେ କରାଯାଇପାରିବ ବୋଲି ପୁରୀ ଜିଲ୍ଲାପାଳ ଆଜି ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି।

ଅଦ୍ୟତନ ହୋଇଛି
chilika illegal gheri

chilika illegal gheri

Advertisment

ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କରିବାକୁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା କେବଳ ଗ୍ରୀଷ୍ମ ଋତୁରେ କରାଯାଇପାରିବ ବୋଲି ପୁରୀ ଜିଲ୍ଲାପାଳ ଆଜି ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେହି ଏହି ଅଂଚଳରେ ଡ୍ରୋନ ଜରିଆରେ ବେଆଇନ ଘେରି ଉପରେ ନଜର ରଖିବାକୁ ଦୈନିକ ପ୍ରାୟ ୪୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଦର୍ଶାଇଛନ୍ତି। ଚିଲିକା ଏବଂ ଭିତରକନିକା ଆଦ୍ର ଭୂମି ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣିରେ ସତ୍ୟପାଠ ଦାଖଲ କରି ପୁରୀ ଜିଲ୍ଲାପାଳ ଏହି ତଥ୍ୟ ଦେଇଛନ୍ତି।

Advertisment

ଅନ୍ୟପଟେ ଚିଲିକାରେ ମାଛ ଚାଷ ପାଇଁ କେଉଁ ଆଧାରରେ ଜମି ଆବଣ୍ଟନ କରାଯିବ ସେନେଇ ଖସଡ଼ା ପ୍ରସ୍ତୁତ କରିବାକୁ ରାଜସ୍ୱ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମସ୍ୟଜୀବୀ, ସ୍ଥାନୀୟ ମାଛ ଚାଷୀ ଏବଂ ଅନ୍ୟମାନଙ୍କ ସହ ଆଲୋଚନା ପର୍ଯ୍ୟାୟ କ୍ରମେ ଜାରି ରହିଛି ବୋଲି ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି।

ଏନେଇ ଅମିକସକ୍ୟୁରୀ ମୋହିତ ଅଗ୍ରୱାଲ କହିଛନ୍ତି, ଚିଲିକାକୁ ନେଇ ସର୍ବଦା ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ଭିତରେ ଲାଗି ରହିଥିବା ତିକ୍ତତାକୁ ସମାଧାନ ନିମନ୍ତେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦେଖି ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ଲୋକଙ୍କ ସହ ଅଲୋଚନା ଚାଲିଥିବା କୁହାଯାଇଛି। ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ଭିତରେ ସେମାନେ ଏକ ବୁଝାବୁଣା ଭିତିକ ବୈଠକ କରି କିପରି ଚିଲିକାକୁ ଲିଜ୍ ଦିଆଯିବ ସେନେଇ ଜଣାଇବେ। 

Advertisment

ସେହିପରି ଭୁବନେଶ୍ୱର ଗଙ୍ଗୁଆ ନାଳର ପ୍ରଦୂଷିତ ପାଣି ଦୟା ନଦୀ ହୋଇ ଚିଲିକାରେ ମିଶୁଥିବାରୁ ଏହାର ବାଟ ବନ୍ଦ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିପରି ଗଙ୍ଗୁଆ ନାଳ ପାଣି ବିଶୋଧିତ ହେବା ପରେ ଦାୟାକୁ ଛଡ଼ା ଯିବ ସେଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱର ମହାନଗର ନିଗମ ଓ ହାଇସିଂ-ଆପର୍ଟମେଣ୍ଟ ସୋସାଇଟି ସହ ମିଶିକି ଏକ ପ୍ଲାନ କରିବାକୁ କୁହାଯାଇଥିଲା। ଏଦିଗରେ କ’ଣ ପଦକ୍ଷେପ ନିଆଯାଇଛି ସେବାବଦରେ ଜଣାଇବାକୁ କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି।

ସେହିପରି ଘେରି ଉଚ୍ଛେଦ ଓ ଡ୍ରୋନ୍ ସର୍ଭିଲାନ୍ସ ନିମନ୍ତେ ସରକାର କି ପଦକ୍ଷେପ ନେଲେ ତାହା ଆସନ୍ତା ଶୁଣାଣିରେ ଜଣାପଡ଼ିବ।

Cuttack Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe