Advertisment

ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି: ମମତା

ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି।

Mamata Banarjee

Mamata Banarjee

Advertisment

ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ। ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ କହିଥିଲେ ଯେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ତାଙ୍କ ରାଜ୍ୟର ୩୧ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ସଂପର୍କରେ କିଛି ସୂଚନା ମିଳୁନାହିଁ।

Advertisment

ମମତା କହିଛନ୍ତି, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍‌ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି।

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ପୂର୍ବରୁ ଏହାକୁ ସମାଲୋଚନା କରିଥିବା ମମତା ବାନାର୍ଜୀ ଆଜି ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ। ଗଣମାଧ୍ୟମ ଏହି ପ୍ରଶ୍ନ ପଚାରିବା ପରେ ସେ କହିଥିଲେ- ନୋ କମେଣ୍ଟ। ସତ ସାମ୍ନାକୁ ଆସୁ। ସତ ଦବି ନଯାଉ। ଏତେ ଲୋକଙ୍କ ଜୀବନ ଯାଇଛି। ତେଣୁ ସତ ସାମ୍ନାକୁ ଆସୁ।

Advertisment

ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ ବୋଲି ମମତା ଗତକାଲି କହିଥିବା ବେଳେ ଆଜି ପୁଣି ଥରେ ସେହି କଥା କହିଥିଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ମଧ୍ୟ ଦିଆଯିବ। ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ମମତା କହିଛନ୍ତି। 

Mamata Banerjee Cuttack Scb Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe