Advertisment

୪ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡାଦେଶ

୨୦୧୫ ଡିସେମ୍ବର ୬ ତାରିଖରେ ମୃତକ ବିନୋଦ ଦାସ ବ୍ରାହ୍ମଣ ଝରିଲୋରେ ଥିବା ତାଙ୍କ ମଦ ଦୋକାନ ନିକଟରେ ଛିଡା ହୋଇଥିଲେ। ଠିକ୍‌ ସେହି ସମୟରେ ସଙ୍ଘ ବଦ୍ଧ ଭାବେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Cuttack

Cuttack

Advertisment

କଟକ ସଦର ବ୍ରାହ୍ମଣ ଝରିଲୋରେ ବ୍ୟବସାୟୀ ବିନୋଦ ଦାସ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ତୃତୀୟ ଅତିରକ୍ତ ଜିଲ୍ଲା ଦୌରାଜଜ। ୨୧ ଜଣ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ଦଲିଲ୍‌କୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡ ପାଇଥିବା ୪ ଜଣ ହେଲେ ମୁଖ୍ୟ ଅଭିଯୁକ୍ତ ନିଗମାନନ୍ଦ ଓରଫ ଟୁଲିଆ ଜେନା, ନିହାର ପଟ୍ଟନାୟକ, ସୁମନ ଦାସ ଓ ମାଧିଆ ମଲ୍ଲିକ। ମିଳିଥିବା ସୂଚନା ମୁତାବକ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ଏହି ଜଘନ୍ୟ ହତ୍ୟା କାଣ୍ଡ।

Advertisment

୨୦୧୫ ଡିସେମ୍ବର ୬ ତାରିଖରେ ମୃତକ ବିନୋଦ ଦାସ ବ୍ରାହ୍ମଣ ଝରିଲୋରେ ଥିବା ତାଙ୍କ ମଦ ଦୋକାନ ନିକଟରେ ଛିଡା ହୋଇଥିଲେ। ଠିକ୍‌ ସେହି ସମୟରେ ସଙ୍ଘ ବଦ୍ଧ ଭାବେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା। ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଟୁଳିଆ କିଛିଦିନ ଫେରାର ରହିବା ପରେ ପୁଲିସ ତାକୁ ଗିରଫ କରିଥିଲା। ମୋଟ୍‌ ୨୧ ଜଣ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ଦଲିଲ୍‌କୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe