Advertisment

ମହଙ୍ଗା ପଡ଼ିଲା ମହିଳାଙ୍କୁ ପଚା ଫଳ ବିକିବା, ବନ୍ଧା ହେଲେ ୪ଅଭିଯୁକ୍ତ

ମହିଳାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି।

shop keeper arrested

shop keeper arrested

Advertisment

ମହିଳାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି। ହେଲେ ମହିଳାଙ୍କୁ ପଚା ଫଳ ବିକିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା। ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଦୋକାନୀ। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ି ଅଞ୍ଚଳରୋ

Advertisment

ଗତକାଲି କଟକ ଅଞ୍ଚଳର ଜଣେ ମହିଳା ବାଦାମବାଡ଼ିରୁ ଫଳ କିଣି ଘରକୁ ନେଇଥିଲେ। ଘରେ ପହଞ୍ଚିଲା ବେଳକୁ ଫଳ ଗୁଡ଼ିକ ପଚା ବାହାରିଥିଲା। ମହିଳା ଜଣଙ୍କ ଏହି ଫଳ ନେଇ ଦୋକାନୀ ପାଖକୁ ଆସିଥିଲେ। କାହିଁକି ପଚା ଫଳ ଦେଇଛ ବୋଲି ପ୍ରଶ୍ନ କରିଥିଲେ। ଏନେଇ ଦୋକାନୀ ଓ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମହିଳା ଜଣଙ୍କ ଫଳ ଧରି ବାଦାମ ବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଫଳ ଦୋକାନୀ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଥିଲା। ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। 

 ସୂଚନାଯୋଗ୍ୟ, କଟକ ବାଦାମବାଡ଼ି ଅଞ୍ଚଳରେ ଭଲ ଫଳ ସ୍ଥାନରେ ଦୋକାନୀମାନେ ପଚା ଫଳ ବିକ୍ରି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। 

Advertisment
Cuttack Fruits Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe