Advertisment

କ୍ରିକେଟ ମ୍ୟାଚ ବେଳେ ଯୁବକଙ୍କୁ ହତ୍ୟା ଘଟଣା; ବନ୍ଧା ହେଲେ ୪ ଅଭିଯୁକ୍ତ

ବ୍ରହ୍ମପୁର ଓ ଶଙ୍କରପୁର ଗ୍ରାମର ପିଲାଙ୍କ ମଧ୍ୟରେ ଗତକାଲି ମଇଷାଲଣ୍ଡା ଗାଁରେ କ୍ରିକେଟ ମ୍ୟାଚ ଚାଲିଥିଲା। ଅମ୍ପାୟାରଙ୍କ ଏକ ଆଉଟ୍‌ ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ବଚସା।

author-image
Niharika Rout
ଅଦ୍ୟତନ ହୋଇଛି
Accused & Victim

Accused & Victim

ଗତକାଲି ଚୌଦ୍ୱାରର ମଇଷାଲଣ୍ଡା ଗାଁରେ କ୍ରିକେଟ ମ୍ୟାଚ୍ ବେଳେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ଅଭିଯୁକ୍ତମାନେ ହେଲେ ଜଗା ରାଉତ, ବାଦଲ କୈବତଲ, ସ୍ମୃତି ରଞ୍ଜନ ରାଉତ ଓ ସଞ୍ଜୟ ରାଉତ । 

Advertisment

ବ୍ରହ୍ମପୁର ଓ ଶଙ୍କରପୁର ଗ୍ରାମର ପିଲାଙ୍କ ମଧ୍ୟରେ ଗତକାଲି ମଇଷାଲଣ୍ଡା ଗାଁରେ କ୍ରିକେଟ ମ୍ୟାଚ ଚାଲିଥିଲା। ଖେଳ ମଝିରେ ଅମ୍ପାୟାରଙ୍କ ଏକ ଆଉଟ୍‌ ନିଷ୍ପତ୍ତିକୁ ନେଇ ୨ ଟିମ୍‌ ମଧ୍ୟରେ ବଚସା ହୋଇଥିଲା। ବ୍ରହ୍ମପୁର ଗାଁର ଜଗା ଓ ସଂଗ୍ରାମ ରାଉତ ଅମ୍ପାୟାରଙ୍କୁ ଠେଲାପେଲା କରିଥିଲେ ।

ସେହି ସମୟରେ ସେଠାରେ ଉପସ୍ଥିତ ମଇଷାଲଣ୍ଡା ଗାଁର ୨୨ ବର୍ଷୀୟ ଯୁବକ ଲକି ରାଉତ ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ ରାଜା ନାମକ ଖେଳାଳି ତୁରନ୍ତ ସଞ୍ଜୟ ରାଉତ, ବାଦଲ ଓ ସ୍ମୃତି ରଞ୍ଜନଙ୍କୁ ଖବର ଦେଇଥିଲେ।

Advertisment

ଏହି ୩ ଜଣ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଲକିଙ୍କୁ କାବୁ କରି ନେଇଥିଲେ। ବାଦଲ ଓ ସଞ୍ଜୟ ରାଉତ ଲକିଙ୍କୁ କାବୁ କରିଥିବା ବେଳେ ରାଜା ନିଜ ବ୍ୟାଟରେ ତାଙ୍କ ମୁଣ୍ଡକୁ ଏକାଧିକ ଥର ପିଟି ଥିଲେ। ଏହା ପରେ ଲକି ତଳେ ପଡ଼ି ଛଟପଟ ହେଉଥିବା ବେଳେ ସ୍ମୃତି ରଞ୍ଜନ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ଲକିଙ୍କୁ ଲହୁଲୁହାଣ କରି ଏହି ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଗ୍ରାମବାସୀ ଅନ୍ୟତମ ଅଭିଯୁକ୍ତ ଜଗା ରାଉତଙ୍କୁ କାବୁ କରି ନେଇଥିଲେ।

ଗତକାଲି ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଫେରାର ୩ ଅଭିଯୁକ୍ତ- ବାଦଲ, ସ୍ମୃତି ରଞ୍ଜନ ଓ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ଲକିଙ୍କ ମୃତଦେହ ଏସସିବି ମେଡିକାଲ କଲେଜରେ ଥିବା ବେଳେ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଗତକାଲି ମ୍ୟାଚ ଚାଲିଥିବା ବେଳେ କିଛି ଯୁବକ ସଂଘବଦ୍ଧ ହୋଇ ଅମ୍ପାୟରଙ୍କୁ ଆକ୍ରମଣ କରିଥିଲେ। ଲକି ଉକ୍ତ ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ମୃତି ରଞ୍ଜନ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କୁ କଟକ ଏସସିବିକୁ ନିଆଯାଉଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ଚୌଦ୍ୱାର ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଗା ରାଉତଙ୍କୁ ଗିରଫ କରିଥିଲା। ଏହାପରେ ଗତକାଲି ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍‌ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହା ପଛରେ ପୂର୍ବ ଶତ୍ରୁତା କି ରାଜନୀତିକ ଉଦ୍ଦେଶ୍ୟ ରହିଛି, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିସିପି।

ସ୍ମୃତି ରଞ୍ଜନ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ଏହାବାଦ ତାଙ୍କ ଭାଇ ପୂର୍ବତନ ସରପଞ୍ଚ ହୋଇଥିବାରୁ ସେ ଆଖାପାଖ ଅଞ୍ଚଳରେ ନିଜ ଦୌରାତ୍ମ୍ୟ ବଢ଼ାଇବାରେ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। 

Murder Cuttack Cricket Commissionerate Police Arrest