Advertisment

ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

୨୦୧୬ ମସିହା ଜୁଲାଇ ୨୬ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୪ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସଞ୍ଜୟ ଦାସ, ଜଗା ଦାସ, ଗଦାଧର ଦାସ ଓ ଦିଲ୍ଲୀପ ଦାସ କଟକ ବାୟାଲିଶି ମୌଜା ଝିଙ୍କିରିଆରେ ଏକାଠି ହୋଇ ବିଭିନ୍ନ ଘର ଉପରେ ନଜର ରଖିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Judgment

Judgment

ଡକାୟତି ପାଇଁ ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ କରିବା ମାମଲାରେ ୪ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଜିଲ୍ଲା ଦୌରା ଜଜ। ଏହାସହ ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅଧିକ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୬ ମସିହା ଜୁଲାଇ ୨୬ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୪ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସଞ୍ଜୟ ଦାସ, ଜଗା ଦାସ, ଗଦାଧର ଦାସ ଓ ଦିଲ୍ଲୀପ ଦାସ କଟକ ବାୟାଲିଶି ମୌଜା ଝିଙ୍କିରିଆରେ ଏକାଠି ହୋଇ ବିଭିନ୍ନ ଘର ଉପରେ ନଜର ରଖିଥିଲେ। ଠିକ୍‌ ସମୟରେ ମହିଳାଙ୍କ ସ୍ୱାମୀ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ୪ ଅଭିଯୁକ୍ତ କବାଟ ତାଡି ଘର ଭିତରେ ପଶି ଥିଲେ। ପରେ ଘରେ ଥିବା ସମସ୍ତ ଟଙ୍କା, ସୁନା ରୁପ ଓ ମୋବାଇଲ ଲୁଟି କରିଥିଲେ। ତା’ପରେ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ନିକଟସ୍ଥ ନଦୀପଠାକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲ୍ଲା ଦୌରାଜଜ୍‌ ମାମଲାକୁ ବିଚାର କରି ୧୪ ଜଣ ସାକ୍ଷୀ ଓ ୩୫ଟି ଡକ୍ୟୁମେଣ୍ଟ ଆଧାରରେ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment
Cuttack Cuttack Story