Advertisment

ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ (ସଞ୍ଜୀପ କୁମାର ନାୟକ): ବାରଙ୍ଗ ରାମଦାସପୁରରେ ଭାରତ ମସଲାର ୨୨ତମ ଭାରତ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କ ବ୍ୟତୀତ ମହିଳା ଟିମରେ ସାମିଲ ଥିବା […]

ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା

felicitation

Advertisment

ବାଙ୍କୀ (ସଞ୍ଜୀପ କୁମାର ନାୟକ): ବାରଙ୍ଗ ରାମଦାସପୁରରେ ଭାରତ ମସଲାର ୨୨ତମ ଭାରତ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କ ବ୍ୟତୀତ ମହିଳା ଟିମରେ ସାମିଲ ଥିବା ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଉପସ୍ଥିତ ଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ରଚିଥିଲା। ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ ଠାରୁ ୪-୩ ଗୋଲ୍‌ରେ ହାରିଯାଇଛି। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe