Advertisment

ଏସବିଆଇ କିଓସ୍କ ଲୁଟ୍ ଘଟଣା, ୨ ଭାଇ ସମେତ ୪ଜଣ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଜଗତପୁର ଏସବିଆଇ କିଓସ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଘଟଣାରେ ୨ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଏମାନଙ୍କ ଠାରୁ ନଗଦ ଏକ ଲକ୍ଷ ଟଙ୍କା ସହ ଗୋଟିଏ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି ବାଇକ, ଦୁଇଟି ଫେକ ନମ୍ବର ପ୍ଲେଟ, ପାଞ୍ଚୋଟି ମୋବାଇଲ ଫୋନକୁ ପୁଲିସ୍ ଜବତ କରିଛି। ଗତ ଅକ୍ଟୋବର ୪ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଠାରେ […]

ଏସବିଆଇ କିଓସ୍କ ଲୁଟ୍ ଘଟଣା, ୨ ଭାଇ ସମେତ ୪ଜଣ ଗିରଫ

cuttack

Advertisment

କଟକ (ଓଡ଼ିଶା ରିପୋର୍ଟର): ଜଗତପୁର ଏସବିଆଇ କିଓସ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଘଟଣାରେ ୨ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଏମାନଙ୍କ ଠାରୁ ନଗଦ ଏକ ଲକ୍ଷ ଟଙ୍କା ସହ ଗୋଟିଏ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି ବାଇକ, ଦୁଇଟି ଫେକ ନମ୍ବର ପ୍ଲେଟ, ପାଞ୍ଚୋଟି ମୋବାଇଲ ଫୋନକୁ ପୁଲିସ୍ ଜବତ କରିଛି।

Advertisment

ଗତ ଅକ୍ଟୋବର ୪ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଠାରେ ଏସବିଆଇ ବ୍ୟାଙ୍କ କିଓସ୍କରେ ପଇସା ଜମା ସମୟରେ ବନ୍ଧୁକ ଦେଖାଇ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟିଥିଲେ। ସେମାନେ ଲୋକଙ୍କୁ ହୋଷ୍ଟେଜ୍ ରଖି ଏହି ଟଙ୍କା ଲୁଟିଥିଲେ। ଏ ନେଇ ଜଗତପୁର ଥାନାରେ ଏକ ମାମଲା ଦାୟର କରାଯାଇଥିଲା। ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। କେବଳ ଜଗତପୁର ନୁହେଁ, ଟାଙ୍ଗୀ ଓ ସାଲେପୁର ଛଡ଼ା ଅନ୍ୟ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଲୁଟ୍ କରିଥିଲେ। ଏପରିକି ଏମାନେ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଟଙ୍କା ଲୁଟିଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି।

ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ଏମାନେ ହେଲେ ଟାଙ୍ଗୀ ଅଞ୍ଚଳର ଦୁଇ ଭାଇ ଦୀପୁ ଓ ଲୀପୁଙ୍କ ସମେତ ଚିକୁ ଓ ବାବୁ। ଭେଟେରାନ ଡକାୟତ ବାବୁ ସହ ମିଶି ଏମାନେ ଡକାୟତି କରିଥିଲେ। ବାବୁ ୨୦୧୩ ମସିହାରେ ଏକ ବ୍ୟାଙ୍କ୍ ଡକାୟତି ଘଟଣାରେ ଜେଲ ଯାଇ ବେଲରେ ଆସିଥିଲା। ଟାଙ୍ଗୀ ଥାନା ଅଞ୍ଚଳର ଦୁଇ ଭାଇ ଦିପୁ ଓ ଲିପୁ ଏହି ଡକାୟତିର ମାଷ୍ଟର ମାଇଣ୍ଡ ଥିଲେ। ଏମାନଙ୍କ ବିରୋଧରେ ଅନେକ ଥାନାରେ ସଂଗୀନ ଅପରାଧିକ ମାମଲା ରହିଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe