Advertisment

ସଂପର୍କୀୟଙ୍କ ଶବ ସତ୍କାର ସାରି ପୁରୀରୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା

ଦୁର୍ଘଟଣାଗ୍ରସ୍ତ କାରଟିରେ ଡ୍ରାଇଭରଙ୍କୁ ମିଶାଇ ୫ ଜଣ ଥିଲେ।

Accident

Accident

Advertisment

ପୁରୀରେ ଜଣେ ସଂପର୍କୀୟଙ୍କ ଶବ ସତ୍କାର କରି କାରରେ ଫେରୁଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର ଗାଁର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କର ଗତକାଲି ପରଲୋକ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର ହୋଇଥିଲା। ସଂପର୍କୀୟମାନେ ଶବ ସତ୍କାର ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୁଇଁପୁର ଛକ ନିକଟରେ ରାସ୍ତା କଡ଼ରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ କାର୍‌ଟି ତା’ ପଛରେ ପିଟି ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ କାରଟିରେ ଡ୍ରାଇଭରଙ୍କୁ ମିଶାଇ ୫ ଜଣ ଥିଲେ। ସ୍ଥାନୀୟ କିଛି ଲୋକ ସେମାନଙ୍କୁ କାର୍‌ ଭିତରୁ ବାହାର କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଆସି ସେମାନଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

Advertisment

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ 

Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe