Advertisment

ବାଜା ବଜାରୁ ବଚସା, ୨ ଗୋଷ୍ଠୀ ହଣାହଣି; ୬ ଆହତ

ବାଜା ଶବ୍ଦ କମାଇବାକୁ ସାହାନିଆଜପୁରର କିଛି ଯୁବକ କହିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ଗୋବିନ୍ଦପୁରରର କିଛି ଯୁବକ ଠେଙ୍ଗା, ଭୁଜାଲି ଓ ଲୁହା ରଡ଼ରେ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ଦାଣ୍ଡଯାତ୍ରା ବେଳେ ବାଜୁଥିବା ବାଜାର ଶବ୍ଦ କମାଇବାକୁ ନେଇ ଦେଖାଦେଲା ତୁମୁଳ କାଣ୍ଡ । ବାଜା ବଜାରୁ ଆରମ୍ଭ ହୋଇଥିବା ବଚସା ଶେଷରେ ହଣାହଣିରେ ପହଞ୍ଚିଲା। ଏପରିକି ଗୋଟିଏ ପକ୍ଷଙ୍କ ଆକ୍ରମଣରେ ଅପରପକ୍ଷର ୬ ଜଣ ଆହତ ହୋଇଛନ୍ତି। ଏପରି ଏକ ଘଟଣା ଆଜି ସକାଳେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ସହାନିଆଜପୁରରେ ଘଟିଛି।

Advertisment

ଗତକାଲି ରାତିରେ ସାହାନିଆଜପୁର ପଡ଼ିଆରେ ମେଲଣ ହେଉଥିବା ବେଳେ ସେଠାକୁ ଗୋବିନ୍ଦପୁରର ରୋଷଣି ଯାଇଥିଲା। ଆଜି ସକାଳେ ଗୋବିନ୍ଦପୁର ରୋଷଣି ଫେରୁଥିବା ବେଳେ ବାଜୁଥିବା ବାଜାର ଶବ୍ଦକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

ବାଜା ଶବ୍ଦ କମାଇବାକୁ ସାହାନିଆଜପୁରର କିଛି ଯୁବକ କହିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ଗୋବିନ୍ଦପୁରରର କିଛି ଯୁବକ ଠେଙ୍ଗା, ଭୁଜାଲି ଓ ଲୁହା ରଡ଼ରେ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାହାନିଆଜପୁରରର ୬ ଜଣ ଆହତ ହୋଇଛନ୍ତି। ସାଲେପୁରରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି।

Advertisment

ଭଦ୍ରେଶ୍ୱର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦପୁରର ୬ ଜଣ ଯୁବକଙ୍କୁ ଅଟକ ରଖିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ରିପୋର୍ଟ - ସାଲେପୁରରୁ ମନୋଜ ଆଚାର୍ଯ୍ୟ

Cuttack Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe