Advertisment

ଥରକୁ ଥର ବିକୁଥିଲେ ଗୋଟିଏ ଜମି, ଶେଷରେ ବନ୍ଧା ହେଲେ

କଟକ (ଓଡ଼ିଶା ରିପୋର୍ଟର): ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକୁଥିଲେ। ଏପରିକି ସରକାରୀ ଜମିକୁ ବି ଛାଡ଼ୁ ନ ଥିଲେ। ତାକୁ ବି ବିକି ଚଳୁ କରି ଦେଉଥିଲେ। ଥରେ କି ଦି ଥର ନୁହେଁ, ୩ ବର୍ଷ ଧରି ଲଗାତାର ଭାବେ ଏପରି ଠକାମୀ ରାକେଟ ଚଲାଉଥିବା ୬ ଜଣ ସଦସ୍ୟ ବନ୍ଧା ହୋଇଛନ୍ତି। ସେମାନଙ୍କଠାରୁ ଲକ୍ଷେ ୪୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରାଯାଇଛି। କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ପ୍ରାୟ […]

author-image
Niharika Rout
ଅଦ୍ୟତନ ହୋଇଛି
ଥରକୁ ଥର ବିକୁଥିଲେ ଗୋଟିଏ ଜମି, ଶେଷରେ ବନ୍ଧା ହେଲେ

aaa

କଟକ (ଓଡ଼ିଶା ରିପୋର୍ଟର): ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକୁଥିଲେ। ଏପରିକି ସରକାରୀ ଜମିକୁ ବି ଛାଡ଼ୁ ନ ଥିଲେ। ତାକୁ ବି ବିକି ଚଳୁ କରି ଦେଉଥିଲେ। ଥରେ କି ଦି ଥର ନୁହେଁ, ୩ ବର୍ଷ ଧରି ଲଗାତାର ଭାବେ ଏପରି ଠକାମୀ ରାକେଟ ଚଲାଉଥିବା ୬ ଜଣ ସଦସ୍ୟ ବନ୍ଧା ହୋଇଛନ୍ତି। ସେମାନଙ୍କଠାରୁ ଲକ୍ଷେ ୪୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରାଯାଇଛି।

Advertisment

କଟକଡିସିପିଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେଲା ଏପରି ରାକେଟ ଚଳାଇଥିଲେ ଗ୍ରୁପ୍‌ର ସଦସ୍ୟମାନେ। ଏମାନଙ୍କ ଦ୍ୱାରା ୧୦ରୁ ୧୫ ଜଣ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ କରିବା ପରେ ଛାନଭିନ ଆରମ୍ଭ କରିଥିଲା ପୁଲିସ୍‌।

ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି କରି ଚୂନ ଲଗାଉଥିଲେ। ସେହିଭଳି ସରକାରୀ ଜମିକୁ ମଧ୍ୟ ବିକ୍ରି କରୁଥିଲେ।

Advertisment

ଚୌଦ୍ୱାର ଅଞ୍ଚଳରେ ଆହୁରି ୪-୫ଟି ଗ୍ୟାଙ୍ଗ ଏପରି କରୁଥିବା ପୁଲିସ୍‌ ନଜରକୁ ଆସିଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ବନ୍ଧାଯିବ ବୋଲି ଏସ୍‌ପି କହିଛନ୍ତି।

Cuttack