Advertisment

ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ ସିଡିଏ ସେକ୍ଟର-୯ରେ ଏକ ଜିମରେ ଏଭଳି ଘଟଣା ହୋଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବତୀ।

author-image
Niranjan Mishra
ଅଦ୍ୟତନ ହୋଇଛି
undefined

allegedly raped

ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କଲେ ଯୁବତୀ। କଟକ ସିଡିଏ ସେକ୍ଟର-୯ରେ ଏକ ଜିମରେ ଏଭଳି ଘଟଣା ହୋଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବତୀ।

Advertisment

ଅଭିଯୋଗ ମୁତାବକ, ଜିମ୍‌ର ମାଲିକ ମୃଦୁ ପାନୀୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଏହାର ଭିଡିଓ ଓ ଫଟୋ ଉଠାଇ ନେଇଥିଲେ। ପରେ ଏ ବିଷୟରେ କାହାରିକୁ କହିଲେ ଏହି ଭିଡିଓ ଓ ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ। ବର୍ଷକ ତଳେ ୨୦୨୨ ମାର୍ଚ୍ଚ ୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଜିମ୍‌ ମାଲିକଙ୍କ ବିଭିନ୍ନ ପ୍ରକାର ନିର୍ଯାତନା ସହି ନ ପାରି ଯୁବତୀଜଣକ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଧମକ ମିଳୁଥିବାରୁ ନିଜର ସୁରକ୍ଷା ନିମନ୍ତେ ସେ ପୁଲିସ ନିକଟରେ ନିବେଦନ କରିଛନ୍ତି।

ଏତଲା ପାଇବା ପରେ ଜିମର ସିସିଟିଭ ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି ମର୍କତନଗର ଥାନା ପୁଲିସ। ତେବେ ଏନେଇ ପୁଲିସ କିମ୍ବା ଉକ୍ତ ଜିମ୍ ମାଲିକଙ୍କ ମତାମତ ମିଳିପାରିନି।

Advertisment
Rape GYM