presss
କଟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ପୂରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ରବିବାର “ସାଂପ୍ରତିକ ସମୟରେ ଗଣମାଧ୍ୟମ ପାଇଁ ଆହ୍ୱାନ” ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି।
ଏହି ଆଲୋଚନାରେ କାଶିପୁର ଆଇଆଇଏମ୍ର ସହ ଅଧ୍ୟାପକ ଡ. ସ୍ମାରକ ସମରଜିତ୍, ଲୋକସମ୍ପର୍କ ବିଶେଷଜ୍ଞ ଡା. ଅଶୋକ ପଣ୍ଡା, ଏନ୍ଏବିଏମ୍ର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାୟଙ୍କ ସମେତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣମାଧ୍ୟମ ବିଭାଗର ପ୍ରମୁଖ ଅଧ୍ୟାପକ ଏବଂ ଗଣମାଧ୍ୟମ ବିଶେଷଜ୍ଞଙ୍କ ସମେତ ଏହି କ୍ଷେତ୍ରର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ।
ଡିଜିଟାଲ ପ୍ଲାଟଫର୍ମ ଜୁମ୍ ଯୋଗେ ଆଲୋଚିତ କାର୍ଯ୍ୟକ୍ରମରେ, ମହାମାରୀ କରୋନା ଭାଇରସ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଗଣମାଧ୍ୟମର ମୌଳିକ ଦାୟିତ୍ୱ କ’ଣ, ଯୁବ ସାମ୍ୱାଦିକଙ୍କ ଭୂମିକା ଗଣମାଧ୍ୟମ ସଂସ୍ଥା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ବର୍ତ୍ତମାନ ସମୟରେ ସାମ୍ବାଦିକଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ କ’ଣ, ଏବଂ ମହାମାରୀ ସମୟରେ ସ୍ୱାସ୍ଥ୍ୟ ଖବର ସଂଗ୍ରହ କରୁଥିବା ସାମ୍ୱାଦିକମାନେ କିପରି ସଚେତନ ରହିବେ ସେ ବିଷୟରେ ଆଲୋଚନା କରାଯାଇଛି।/odisha-reporter/media/post_attachments/wp-content/uploads/2020/07/jmc-2-1.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/presss.jpg)