Advertisment

ଲସି ଦୋକାନ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର୍

କଟକ (ଓଡ଼ିଶା ରିପୋର୍ଟର):  କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି। ଗୁରୁବାର ଅପରାହ୍ଶରେ ରାସ୍ତା କଡ଼ରେ ଥିବା ଏକ ଲସି ଦୋକାନ ଉପରକୁ ଏକ ତେଲ ଟ୍ୟାଙ୍କରଟି ପଶି ଯାଇଥିଲା। ଯେଉଁ ସମୟରେ […]

ଲସି ଦୋକାନ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର୍

ctc

Advertisment

କଟକ (ଓଡ଼ିଶା ରିପୋର୍ଟର):  କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି।

Advertisment

ଗୁରୁବାର ଅପରାହ୍ଶରେ ରାସ୍ତା କଡ଼ରେ ଥିବା ଏକ ଲସି ଦୋକାନ ଉପରକୁ ଏକ ତେଲ ଟ୍ୟାଙ୍କରଟି ପଶି ଯାଇଥିଲା। ଯେଉଁ ସମୟରେ ଟ୍ୟାଙ୍କର ଦୋକାନ ଭିତରକୁ ପଶିଲା, ସେତେବେଳେ ଦୋକାନରେ କିଛି ଗ୍ରାହକ ଲସି ପିଉଥିଲେ। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିଲେ। ତେବେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଜଣକ ଜଣେ ପୁରୁଷ ବୋଲି କୁହାଯାଉଛି। କିନ୍ତୁ ତାଙ୍କର ପରିଚୟ ମିଳିପାରି ନାହିଁ। ଯେଉଁ ତିନିଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଏହି ତିନିଜଣଙ୍କର ଚିକିତ୍ସା ଚାଲିଛି।

Advertisment

ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଗତପୁର ପୁଲିସ୍ ତେଲ ଟ୍ୟାଙ୍କରକୁ ଜବତ କରିଥିବା ବେଳେ ଗାଡ଼ିର ଡ୍ରାଇଭର୍ ଫେରାର ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe