Advertisment

ତାରା ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲା, ଟଙ୍କା ନଦେବାରୁ ଜିଅନ୍ତା ଜାଳିଦେଲା

କଟକ(ଓଡ଼ିଶା ରିପୋର୍ଟର): କିନ୍ନର ତାରା ସାହୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କଟକ ମାଲଗୋଦମ ଥାନା ପୁଲିସ।  ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ଦାସ ଓରଫ ବଙ୍କୁଲିକୁ ଗିରଫ କରି କୋର୍ଟ ଚାଳନ କରିଛି ପୁଲିସ। ଗତ ମାର୍ଚ୍ଚ ୩୧ ତାରିଖରେ କିନ୍ନର ତାରାଙ୍କୁ କିରୋସିନି ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା ବଙ୍କୁଲି। ଏହାପରେ ତାରା ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ସମୟରେ ଏପ୍ରିଲ ୯ ତାରିଖରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ନେଇ ମାଲଗୋଦାମ […]

ତାରା ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲା, ଟଙ୍କା ନଦେବାରୁ ଜିଅନ୍ତା ଜାଳିଦେଲା

hkl

Advertisment

କଟକ(ଓଡ଼ିଶା ରିପୋର୍ଟର): କିନ୍ନର ତାରା ସାହୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କଟକ ମାଲଗୋଦମ ଥାନା ପୁଲିସ।  ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ଦାସ ଓରଫ ବଙ୍କୁଲିକୁ ଗିରଫ କରି କୋର୍ଟ ଚାଳନ କରିଛି ପୁଲିସ। ଗତ ମାର୍ଚ୍ଚ ୩୧ ତାରିଖରେ କିନ୍ନର ତାରାଙ୍କୁ କିରୋସିନି ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା ବଙ୍କୁଲି।

Advertisment

ଏହାପରେ ତାରା ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ସମୟରେ ଏପ୍ରିଲ ୯ ତାରିଖରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ନେଇ ମାଲଗୋଦାମ ଥାନାରେ ହତ୍ୟାମାମଲା ରୁଜୁ ହୋଇଥିଲା।   ତେବେ ଘଟଣାର ତଦନ୍ତ କରି  ଗତକାଲି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୁଲିସର କହିବା ଅନୁଯାୟୀ, ୨୦୧୪ରେ କଲେଜ ଛକ ରବି ଲେଙ୍କା ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲା ପ୍ରତାପ। ତେବେ ଜେଲରୁ ଫେରିବା ପରେ ତାରା ସହ ଭେଟ ହୋଇଥିଲା।

ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ ଉଭୟ ଏକାଠି ଲିଭ ଇନ ରିଲେସନସିପ୍‌ରେ ରହୁଥିଲେ। ତେବେ ଗତ ୩୧ ତାରିଖରେ ବଙ୍କୁଲି ତାରାଙ୍କୁ ଟଙ୍କା ମାଗିଥିଲା । ହେଲେ ତାରା ଟଙ୍କା ନ ଦେବା ରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଏଥିରେ ବଙ୍କୁଲି ରାଗି ଯାଇ ତାରା ଦେହରେ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲା।  ତେବେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାରାଙ୍କର ମୃତ୍ୟୁ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe