Advertisment

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ

ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Aklant  Das

Aklant Das

Advertisment

ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା। 

Advertisment

ଅକ୍ଲାନ୍ତଙ୍କର ଲିଭରରେ ସମସ୍ୟା ଥିଲା। ଏଥିପାଇଁ ସେ ମାସେ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା।  ହଠାତ୍‌ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ସୁଟିଂରେ ଥିଲେ। ଭାଇର ମୃତ୍ୟୁ ଖବର ଶୁଣି ରାତି ପ୍ରାୟ ୩ଟା ସମୟରେ ମେଡିକାଲରେ ପହଞ୍ଚିଥିଲେ। ପରେ ଅକ୍ଲାନ୍ତଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନକୁ ଅଣାଯାଇଥିଲା। ଆଜି ସକାଳେ କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଥିଲେ। 

Advertisment

୨୦୨୨ ମସିହା ଜାନୁଆରୀ ମାସ ୧୧ ତାରିଖରେ ମିହିର ଦାଶଙ୍କ ପରଲୋକ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମିହିର ଦାଶଙ୍କ ମୃତ୍ୟୁର ବର୍ଷକ ପରେ ତାଙ୍କ ପୁଅ ଅକ୍ଲାନ୍ତଙ୍କ ମୃତ୍ୟୁ ଘଟିଛି। ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Artist Passes Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe