Advertisment

ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା, କହିଲେ- ଖୁବ୍‌ ଖୁସି ଲାଗୁଛି

ଜୟପ୍ରଦାଙ୍କ ସହ ତାଙ୍କ ପୁଅ ସମ୍ରାଟ ମଧ୍ୟ ମା’ଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଜୟପ୍ରଦା ଓଡିଶାବାସୀଙ୍କ ଆତିଥ୍ୟକୁ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
Jayaprada

Jayaprada

Advertisment

ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।

Advertisment

ଜୟପ୍ରଦାଙ୍କ ସହ ତାଙ୍କ ପୁଅ ସମ୍ରାଟ ମଧ୍ୟ ମା’ଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଜୟପ୍ରଦା ଓଡିଶାବାସୀଙ୍କ ଆତିଥ୍ୟକୁ ପ୍ରଶଂସା କରିଛନ୍ତି। ନବରାତ୍ର ପାଇଁ ମା’ଙ୍କ ମନ୍ଦିରରେ ଭିଡ ଲାଗିଥିବା ବେଳେ ଅଭିନେତ୍ରୀ ଜୟପ୍ରଦାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ମା’ଙ୍କ ଦର୍ଶନ କରି ବେଶ ଖୁସି ଥିବା ଜୟପ୍ରଦା କହିଛନ୍ତି, ମୁଁ ନବରାତ୍ରୀ ଅବସରରେ ପ୍ରତିବର୍ଷ ଉପବାସ କରିଥାଏ । ଚଳିତ ବର୍ଷ ମା’ କଟକ ଚଣ୍ଡୀଙ୍କ ଦର୍ଶନ ଲାଭ କରି ଖୁବ୍‌ ଖୁସି ଅନୁଭବ କରୁଛି। ସମସ୍ତେ ଖୁସିରେ ରୁହନ୍ତୁ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରିଛି।

Advertisment

ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟପ୍ରଦାଙ୍କୁ ଦେଖିବାକୁ ଚଣ୍ଡୀ ମନ୍ଦିର ନିକଟରେ ପ୍ରବଳ ଲୋକ ଗହଳି ହୋଇଥିଲା। ଏହି ଅବସରରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Temple Hindu Temple Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe