Advertisment

କଟକର ଏରୋପ୍ଲେନ୍‌ ବୟ ଆଦିତ୍ୟ, ଘରେ କରିଛନ୍ତି ଏୟାର୍‌ବେଶ

କଟକ(ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ମଠସାହି ର ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା  । ସୋଲ ଓ ପଟି କୁ ବ୍ୟବହାର କରି ସେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ।  ଘରର ଗୋଟିଏ ବଖରାକୁ ଏୟାର୍‌ବେସ  ବନାଇ ଥିବା ଆଦିତ୍ୟ ମହାନଦୀ କୂଳରେ ସବୁ ଦିନ ଉଡାଉଛନ୍ତି ନିଜେ ତିଆରି କରିଥିବା ନୂଆ ଉଡାଜାହାଜ । ତେବେ ଜଣେ ଅଟୋ ଚାଳକ ଭାବେ […]

କଟକର ଏରୋପ୍ଲେନ୍‌ ବୟ ଆଦିତ୍ୟ, ଘରେ କରିଛନ୍ତି ଏୟାର୍‌ବେଶ

5t

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ମଠସାହି ର ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା  । ସୋଲ ଓ ପଟି କୁ ବ୍ୟବହାର କରି ସେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ।  ଘରର ଗୋଟିଏ ବଖରାକୁ ଏୟାର୍‌ବେସ  ବନାଇ ଥିବା ଆଦିତ୍ୟ ମହାନଦୀ କୂଳରେ ସବୁ ଦିନ ଉଡାଉଛନ୍ତି ନିଜେ ତିଆରି କରିଥିବା ନୂଆ ଉଡାଜାହାଜ । ତେବେ ଜଣେ ଅଟୋ ଚାଳକ ଭାବେ ପାରୁ ପର୍ଯ୍ୟନ୍ତ ଯନ୍ତ୍ରପାତି ଯୋଗାଉଛନ୍ତି ତାଙ୍କ  ବାପା । ଆଦିତ୍ୟକୁ  ସ୍କୁଲ କିମ୍ବା ବାହାରୁ ପ୍ରୋତ୍ସାହନ ମିଳିଲେ ପିଲାଟି ଆଗକୁ ବଢି ପାରନ୍ତା ଏବଂ ତାର ଏହି ପ୍ରକଳ୍ପଗୁଡ଼ିକ ଲୋକଲୋଚନକୁ ଆସିପାରନ୍ତା ।

Advertisment

ଏଭଳି ଦଶ ପ୍ରକାର ଉଡାଜାହଜ ତିଆରି କରି ଆଦିତ୍ୟ ସେଥିରେ ବ୍ୟାଟେରୀ, ମୋଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭରଏସି ଲଗାଇ ତାହାକୁ ଉଡାଉଛନ୍ତି । ଆଠ ବର୍ଷ  ବୟସରୁ ଆଦିତ୍ୟ ଘରେ ଏଭଳି ଜିନିଷ ତିଆରି ଆରମ୍ଭ କରିଥିଲା। ପରେ ବାପା ମାଆ ପୁଅର ଆଗ୍ରହ କୁ ଦେଖି ତାକୁ ସବୁ ପ୍ରକାର ସହଯୋଗ ଦେଇଥିଲେ। ଫଳରେ ଛଅ ବର୍ଷ ମଧ୍ୟରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ଏବେ ଉଡାଜାହଜ ସହ ବୋଟ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍, ସାଇକେଲ ଆଦି  ତିଆରି କରି ତାକୁ ସେଥିରେ ଇଂଜିନ ଲଗାଇ ସେସବୁ କୁ ଚଳାଉଛନ୍ତି ।

ଆଦିତ୍ୟ ଭଲ ପାଠ ପଡୁଥିଲେ ବି ତାଙ୍କର ଏହି ପ୍ରୟୋଗ ବା ସଫଳ କାମକୁ ବିଶେଷ ପ୍ରୋତ୍ସାହନ ମିଳୁ ନାହିଁ।  ସେ ପଢୁଥିବା ସ୍କୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ବଡ ବିଜ୍ଞାନ ମେଳାରେ ମଧ୍ୟ ତାଙ୍କୁ ସଠିକ୍ ପ୍ରୋତ୍ସାହନ ମିଳିପାରୁନାହିଁ । ତୁଳସୀପୁର ହାଇସ୍କୁଲ ରେ ବିଜ୍ଞାନ ମେଳା ହେଉ ନ ଥିବା ବେଳେ ବାପା ବିପିନ ମହାରଣା ଜଣେ ଅଟୋ ଚାଳକ ହୋଇଥିବାରୁ ଆଗକୁ ବଢିବା ପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇ ପାରୁ ନାହାନ୍ତି । ଘରେ ବୟସ୍କ ଜେଜେମା  ଓ ମା ସମସ୍ତେ ଚାହୁଛନ୍ତି ଏତେ ଛୋଟ ବୟସରେ ପିଲାଟି ଯଦି ଉଡାଜାହଜ ଠାରୁ ଆରମ୍ଭ କରି ବୋଟ ,ମୋଟର ସାଇକେଲ,ଜେସି ବି ଆଦି ର ଅବିକଳ ମଡ଼େଲ୍ ଗୁଡିକ ପ୍ରସ୍ତୁତ କରିଛି ତେଣୁ ତାକୁ ପ୍ରୋତ୍ସାହନ ମିଳିବା ଦରକାର।  ବିଭିନ୍ନ ପ୍ରକାର ର ଅଦରକାରୀ ଜିନିଷକୁ ବ୍ୟବହାର କରି ସେ ଏସବୁ ଜିନିଷ ପ୍ରସ୍ତୂତ କରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଖପାଖର ଲୋକେ। ତାଙ୍କ ପାଖରେ  ଦକ୍ଷତା ରହିଛି। ତେଣୁ ତାକୁ ଟିକେ ଉତ୍ସାହ ଓ ସ୍ୱୀକୃତୀ  ମିଳିଲେ ସେ ଭବିଷ୍ୟତ ରେ ବହୁତ ଆଗକୁ ବଢିପାରନ୍ତା ବୋଲି ମତବ୍ୟକ୍ତ କରିଛନ୍ତି ତାଙ୍କ ପରିବାର ଲୋକେ ଏବଂ ପାଖ ପଡ଼ୋଶୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe