Advertisment

ବର ସହ ଝଗଡ଼ା ପରେ କନିଆଁ ଡେଇଁଲା ନଦୀକୁ, ଦିନକ ପରେ ମିଳିଲା ମୃତଦେହ

ଶନିବାର ରାତିରେ କଟକ ଜିଲ୍ଲା ଆଠଗଡ଼ର ମୁଣ୍ଡଳି ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବତୀ ପାଣିକୁ ଡେଇଁବା ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୃତ ଯୁବତୀ ଜଣଙ୍କ ବାପା।

ଅଦ୍ୟତନ ହୋଇଛି
Police investigate the case

Police investigate the case

Advertisment

‘ବର ସହ ଝଗଡ଼ା ପରେ ଝିଅ ନଦୀକୁ ଡେଇଁ ପଡ଼ିଲା। ଆଜି ତାର ମୃତଦେହ ମିଳିଛି।’ ଶନିବାର ରାତିରେ କଟକ ଜିଲ୍ଲା ଆଠଗଡ଼ର ମୁଣ୍ଡଳି ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବତୀ ପାଣିକୁ ଡେଇଁବା ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୃତ ଯୁବତୀଙ୍କ ବାପା।

Advertisment

ମୃତକ ଯୁବତୀଙ୍କ ନାଁ ଐଶ୍ୱର୍ଯ୍ୟା ପରିଜା। ତାଙ୍କ ଘର ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ। ସେ ଭୁବନେଶ୍ୱର ପଟିଆରେ ଥିବା ଏକ ଘରୋଇ କଲେଜରେ ପାଠପଢ଼ୁଥିଲେ।

ଆଜି ସକାଳେ ମୁଣ୍ଡଳି ବ୍ରିଜ ଠାରୁ ୨କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ଏକ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ମୃତଦେହକୁ ଉଦ୍ଧାର କରାଯିବା ପରେ ତାହା ଐଶ୍ୱର୍ଯ୍ୟାଙ୍କର ବୋଲି ଜଣାପଡ଼ିଥିଲା। ତାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା।

Advertisment

ଐଶ୍ୱର୍ଯ୍ୟାଙ୍କ ବାପା ଆଶିଷ କୁମାର ପରିଜା କହିଛନ୍ତି, ଝିଅ ଘରେ ଭାରି ଗେଲବସର। ଯାହା କହେ ମୁଁ ତାହାକୁ ପୂରଣ କରେ। ୬ ମାସ ତଳେ ତାର ବାହାଘର ଜଣେ ଯୁବକ ସହ ଠିକ୍‌ ହୋଇଥିଲା। ମାତ୍ର ଝିଅର ବାହା ହେବାକୁ ଇଚ୍ଛା ନ ଥିଲା। ପାଠପଢ଼ା ସରିଲେ ବାହା ହେବ ବୋଲି କହୁଥିଲା। ବରଘର ପକ୍ଷରୁ ଶୀଘ୍ର ବାହାଘର ସାରିବାକୁ ବାରମ୍ବାର ଫୋନ୍‌ ଯୋଗେ କୁହାଯାଉଥିଲା। ଶନିବାର ପାଠପଢ଼ୁଥିବା କଲେଜକୁ ଝିଅ ଯାଇଥିଲା। ସେଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିବା ବେଳେ ସମ୍ପୃକ୍ତ ଯୁବକ ଫୋନ୍‌ ଯୋଗେ ଝିଅକୁ ଡକାଇ ଦେଖା କରିଥିଲା। ପରେ ଦୁହିଁଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଯାହାକୁ ନେଇ ମାନସିକ ଚାପରେ ଝିଅ ମୁଣ୍ଡଳି ବ୍ରିଜ୍‌ ନିକଟକୁ ଯାଇଥିଲା। ସେଠାରେ ଥିବା ମନ୍ଦିରରେ ମୁଣ୍ଡିଆ ମାରିବା ପରେ ବ୍ରିଜ୍‌ ଉପରେ ଗାଡ଼ି ରହି ନଦୀକୁ ଡେଇଁ ପଡ଼ିଥିବା ସେଠାକାର ଲୋକଙ୍କ ଠାରୁ ସୂଚନା ମିଳିଥିଲା। ଏବାବଦରେ ସମ୍ପୃକ୍ତ ଯୁବକ ଏହିଦିନ ଅପରାହ୍ନ ପ୍ରାୟ ୫ ବେଳେ ଫୋନ୍ କରି ଝିଅ ମିଳୁ ନ ଥିବା ସମ୍ପର୍କରେ କହିଥିଲା। ତେଣୁ ପରିବାର ଲୋକଙ୍କ ସହ ପହଞ୍ଚି ଯେତେ ଖୋଜାଖୋଜି କରିଥିଲେ ହେଁ ଝିଅର ସୂଚନା ମିଳି ନ ଥିଲା। ତା’ ଗାଡ଼ି ଭିତରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ମିଳିଥିଲା। ପରେ ଝିଅ ନିଖୋଜ ନେଇ  ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଥିଲା। ଏହାର ଦିନକ ପରେ ଅର୍ଥାତ୍ ଆଜି ଝିଅର ମୃତଦେହ ନଦୀରେ ଭାସୁଥିବା ବେଳେ ମିଳିଛି। ତେଣୁ ଝିଅର ମୃତ୍ୟୁ ପଛରେ ବିବାହ ଠିକ୍ ହୋଇଥିବା ଯୁବକଙ୍କ ସଂପୃକ୍ତି ଥିବା ଆଶିଷ ଅଭିଯୋଗ କରିଛନ୍ତି।

କଟକ ଅତିରିକ୍ତ ଏସ୍‌ପି ରଂଜିତ କୁମାର ପୃଷ୍ଟି କହିଛନ୍ତି, ଯୁବତୀଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ପାରିପାର୍ଶ୍ୱିକ ପରିସ୍ଥିତି କିମ୍ବା ବ୍ୟବଚ୍ଛେଦ ରିପୋର୍ଟରୁ କିଛି ଅନ୍ୟ ତଥ୍ୟ ଆସିଲେ ଏହା ମୁତାବକ କାର୍ଯ୍ୟାନୁଷ୍ଠାନ ହେବ। ଏହି ଅଘଟଣାରେ କୌଣସି ଯୁବକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇନି। ଯଦି ଏବାବଦରେ ପରିବାର ଲୋକେ ଅଭିଯୋଗ ଦେବେ ସେହି ଆଧାରରେ ମଧ୍ୟ ତଦନ୍ତ ହେବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ସେହିପରି ମୁଣ୍ଡଳି ବ୍ରିଜ୍‌ ସୁଇସାଇଡ୍ ପଏଣ୍ଟରେ ପରିଣତ ହେଉଥିବା ବେଳେ ଏହାକୁ ନଜରରେ ରଖି ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି। ତେବେ ଆତ୍ମହତ୍ୟା ପ୍ରସଙ୍ଗରେ ସେ ମତ ରଖି କହିଛନ୍ତି, ଯେତେବେଳେ ଆତ୍ମା ବିରୋଧ କରେ ଜଣେ ବ୍ୟକ୍ତି ଆତ୍ମହତ୍ୟାକୁ ଅପଣାଏ। ତେଣୁ ଏହି ଦୁର୍ଘଟଣା ଉପରେ କିଛି କହିହେବନି।

ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା

Suicide Cuttack Dhokka In Love Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe