Advertisment

ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ରୁଜୁ ହେଲା ମାମଲା

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛନ୍ତି ଥାନା ବାବୁ। ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

MLA with girlfriend

MLA with girlfriend

Advertisment

ବିଧାୟକଙ୍କ ସହ ପ୍ରେମ ସମ୍ପର୍କ ସହ ବିଗିଡ଼ିବାରୁ ପ୍ରାୟ ୯ ମାସ ତଳେ ଥାନା ଦ୍ୱାରସ୍ଥ ହୋଇଥିଲେ ପ୍ରେମିକା। ହେଲେ ପୁଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଆଜି କାଲି କହି ଦିନ ଗଡ଼ାଉଥିଲା। କିନ୍ତୁ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛନ୍ତି ଥାନା ବାବୁ। ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। 

Advertisment

 ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗତକାଲି ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି । ସଦର ଥାନା ଆଇଆଇସି ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିବା  କହିଛନ୍ତି ସୋମାଲିକା ।

ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।

Advertisment

ଏପରିକି ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ପରେ ବିଜୟ ଶଙ୍କର ତାଙ୍କୁ ଧୋକ୍କା ଦେଇଥିବା ନେଇ ଗତବର୍ଷ ମେ’ ୧୩ରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ସୋମାଲିକା । ତେବେ ଏତଲା ପଞ୍ଜିକୃତ କରୁ ନ ଥିଲା ପୁଲିସ୍‌ ।

ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ମାସ ୧୭ ତାରିଖରେ ଉଭୟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ତେବେ ଆବେଦନ ଅନୁଯାୟୀ ସମୟସୀମା ଗଡ଼ି ଯାଇଥିଲେ ବି ବିବାହ ହୋଇପାରିନଥିଲା ।

ଆବେଦନର ମାସେ ପରେ ସୋମାଲିକା ସବ୍ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ପହଞ୍ଚିଥିଲେ ବି ବିଧାୟକ ବିଜୟଶଙ୍କର ଆସିନଥିଲେ । ବିଜୟ ତାଙ୍କୁ ଧୋକ୍କା ଦେଇଥିବାରୁ ମେ ୧୩ ତାରିଖରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୋମାଲିକା ସଦର ଥାନା ଆଇଆଇସି ଏବଂ ଜଗତସିଂହପୁର ଏସପିଙ୍କୁ ଅନୁରୋଧ କରିଥିଲେ । ତେବେ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଏତଲା ପଞ୍ଜିକୃତ ନହେବାରୁ ବାଧ୍ୟ ହୋଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ କେସ୍‌ ରେଜିଷ୍ଟର ପାଇଁ ହାଇକୋର୍ଟ ଅର୍ଡର ଦେବା ପରେ ବେଶ୍‌ ଖୁସି ଅଛନ୍ତି ସୋମାଲିକା ।

ଏନେଇ ଜଗତସିଂହପୁର ଏସଡିପିଓ କହିଛନ୍ତି, ସୋମାଲିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ ।

Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe