କଟକ(ଓଡ଼ିଶା ରିପୋର୍ଟର):ପଶ୍ଚିମବଙ୍ଗରୁ ରୋଗୀ ନେଇ ଦ୍ରୁତ ଗତିରେ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ କଟକ ଟାଙ୍ଗୀବନ୍ଦାଳୋ ଟୋଲ ଗେଟ୍ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏକ କଣ୍ଟେନରକୁ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟାଙ୍ଗୀବନ୍ଦାଳୋ ଟୋଲ ଗେଟ୍ ନିକଟରେ କଣ୍ଟେନରଟି ରାସ୍ତା ଉପରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ଜୋରରେ କଣ୍ଟେନରରେ ପିଟି ହୋଇଥିଲା। ଖବର ପାଇ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାଯାଇଛି।
ଆମ୍ବୁଲାନ୍ସରେ ମୋଟ ୬ ଜଣ ଥିଲେ । ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ବେଳେ ଟୋଲଗେଟ୍ ନିକଟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ
ମେଡିକାଲରେ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ। ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ।
Crime
ନିଶା ସେବନ ଓ ଅସଦାଚରଣକୁ ନେଇ ଅଶାନ୍ତ ସିଟି କଲେଜ୍
କମେଣ୍ଟ ମରା ଓ ନିଶା ସେବନକୁ ନେଇ କଟକ ସିଟି କଲେଜରେ ଗୋଷ୍ଠୀ ସଂଘର୍ଷ। ବାଦାମବାଡ଼ି ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।
Miscellaneous
ଡ୍ରେନ୍ କାମବେଳେ ଭୁଶୁଡ଼ିଲା କାନ୍ଥ, ଶ୍ରମିକ ମୃତ
ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।