Advertisment

କଣ୍ଟେନରରେ ପିଟି ହେଲା ଆମ୍ବୁଲାନ୍ସ; ୩ ମୃତ, ୩ ଗୁରୁତର

କଟକ(ଓଡ଼ିଶା ରିପୋର୍ଟର):ପଶ୍ଚିମବଙ୍ଗରୁ  ରୋଗୀ ନେଇ ଦ୍ରୁତ ଗତିରେ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ କଟକ ଟାଙ୍ଗୀବନ୍ଦାଳୋ ଟୋଲ ଗେଟ୍ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏକ କଣ୍ଟେନରକୁ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ […]

ଅଦ୍ୟତନ ହୋଇଛି
କଣ୍ଟେନରରେ ପିଟି ହେଲା ଆମ୍ବୁଲାନ୍ସ; ୩ ମୃତ, ୩ ଗୁରୁତର

aaa2

Advertisment

କଟକ(ଓଡ଼ିଶା ରିପୋର୍ଟର):ପଶ୍ଚିମବଙ୍ଗରୁ  ରୋଗୀ ନେଇ ଦ୍ରୁତ ଗତିରେ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ କଟକ ଟାଙ୍ଗୀବନ୍ଦାଳୋ ଟୋଲ ଗେଟ୍ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏକ କଣ୍ଟେନରକୁ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟାଙ୍ଗୀବନ୍ଦାଳୋ ଟୋଲ ଗେଟ୍ ନିକଟରେ କଣ୍ଟେନରଟି ରାସ୍ତା ଉପରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ଜୋରରେ କଣ୍ଟେନରରେ ପିଟି ହୋଇଥିଲା। ଖବର ପାଇ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାଯାଇଛି।

Advertisment

ଆମ୍ବୁଲାନ୍ସରେ ମୋଟ ୬ ଜଣ ଥିଲେ । ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ବେଳେ ଟୋଲଗେଟ୍ ନିକଟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe