Advertisment

Police SI Exam Scam: ପୁଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣାରେ ଆଉ ଜଣେ ଗିରଫ

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏକ ସଂଗଠିତ ଅପରାଧୀ ସିଣ୍ଡିକେଟ୍‌ ଆର୍ଥିକ ଲାଭ ପାଇଁ ଅନୁଚିତ ଉପାୟ ଅବଲମ୍ବନ କରି ସଂପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରିବାକୁ କାର୍ଯ୍ୟ କରିଛି।

Biswaranjan Behera

‍ବିଶ୍ୱରଞ୍ଜନ ବେହେରା Photograph: (OR)

Advertisment

ପୁଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବିଶ୍ୱରଞ୍ଜନ ବେହେରା (୨୯)। ତାଙ୍କ ଘର କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁରରେ। 

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏକ ସଂଗଠିତ ଅପରାଧୀ ସିଣ୍ଡିକେଟ୍‌ ଆର୍ଥିକ ଲାଭ ପାଇଁ ଅନୁଚିତ ଉପାୟ ଅବଲମ୍ବନ କରି ସଂପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରିବାକୁ କାର୍ଯ୍ୟ କରିଛି। ବିଶ୍ୱରଞ୍ଜନ ବେହେରା ସେହି ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ। ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶରେ ସେ ଆଶାୟୀଙ୍କ ସହିତ ଯୋଗାଯୋଗ କରିଥିଲେ ଓ ପ୍ରଶ୍ନପତ୍ର ଯୋଗାଇ ଦେବାକୁ କହି ସେମାନଙ୍କଠାରୁ ସାର୍ଟିଫିକେଟ ଏବଂ ବ୍ଲାଙ୍କ ଚେକ୍ ସଂଗ୍ରହ କରିଥିଲେ। ଆଶାୟୀଙ୍କଠାରୁ ସାର୍ଟିଫିକେଟ ଓ ବ୍ଲାଙ୍କ ଚେକ୍ ସଂଗ୍ରହ କରି ବିଶ୍ୱରଞ୍ଜନ ବେହେରା ସିଣ୍ଡିକେଟ୍ ମୁଖ୍ୟଙ୍କ ତଳେ ଯିଏ ଥିଲେ, ତାଙ୍କୁ ଦେଇଥିଲେ। ଅଭିଯୁକ୍ତ ବିଶ୍ୱରଞ୍ଜନ ବେହେରାଙ୍କ ଏହି କାର୍ଯ୍ୟକଳାପରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଅପରାଧୀମାନେ ଷଡ଼ଯନ୍ତ୍ର ରଚିଥିଲେ। ବିଶ୍ୱରଞ୍ଜନ ତାଙ୍କ ଉପରେ ରହିଥିବା ମୁଖିଆମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। 

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ପ୍ରମାଣ ମିଳିବା ପରେ ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରାଯାଇଛି। ତା’ ପୂର୍ବରୁ ତାଙ୍କୁ ଜେରା କରାଯାଇଥିଲା। ତାଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତାଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି।

Advertisment

ଏହି ମାମଲାରେ ପୂର୍ବରୁ ୧୧୭ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୧୪ ଜଣ ଆଶାୟୀ ଥିବା ବେଳେ ୩ ଜଣ ଦଲାଲ ଅଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଘଟଣାର ତଦନ୍ତ ଚାଲିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଖୋଳତାଡ଼ କରୁଛନ୍ତି।

https://odishareporter.in/odisha/who-prepared-the-question-paper-officers-and-the-investigation-process-are-under-suspicion-10526240

ଅନ୍ୟପକ୍ଷରେ ପୁଲିସ ଏସ୍‌ଆଇ ଓ ସମାନ ରାଙ୍କର ଅନ୍ୟାନ୍ୟ ପଦପଦବୀ ପାଇଁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ପକ୍ଷରୁ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଏହାର ଅଧ୍ୟକ୍ଷ ତଥା ଜେଲ୍‌ ଡିଜି ସୁଶାନ୍ତ କୁମାର ନାଥ କହିଛନ୍ତି ଯେ ଯାହା ଘଟଣା ଘଟିଛି, ସେନେଇ କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ। ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି OPRBର ଏକ ଜରୁରୀ ବୈଠକ ପରେ ସେ ଏହି କଥା କହିବା ସହିତ ସଠିକ ସମୟରେ ସ୍ୱଚ୍ଛ ଭାବେ ପରୀକ୍ଷା ହେବ ବୋଲି ମଧ୍ୟ କହିଛନ୍ତି।

https://odishareporter.in/odisha/a-couple-and-the-son-of-former-jailed-dig-are-among-those-arrested-10525837

ସୂଚନାଯୋଗ୍ୟ, ଏହି ମାମଲାରେ OPRB ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଛି। ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ଉଠିଛି। ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁଛି ନା ନାହିଁ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। 

OPRB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe