ଗିରଫ ପିଙ୍କି ପ୍ରଧାନଙ୍କ ନାଁରେ ଆଉ ଏକ ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): ଗିରଫ ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ନାଁରେ ଥାନାରେ ରୁଜୁ ହୋଇଛି ଆଉ ଏକ ମାମଲା। ସେ ଜଣେ ବ୍ୟକ୍ତିଙ୍କ ଜମି ହଡ଼ପ କରିଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।

ରାହୁଲ ଭର୍ତ୍ତିଆ ନାମକ ଜଣେ ବ୍ୟକ୍ତି ପିଙ୍କିଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆଣିଛନ୍ତି। ପିଙ୍କି ତାଙ୍କର ୧ ଏକର ୨୮ ଡିସିମିଲ ଜମି ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ପିଙ୍କି ତାଙ୍କୁ ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Pinki Pradhan
ଗିରଫ ବିଲ୍‌ଡର ପିଙ୍କି ପ୍ରଧାନ

ସୂଚନାଯୋଗ୍ୟ, ପୂର୍ବରୁ ଅନ୍ୟ ଏକ ଜମି ହଡ଼ପ ମାମଲାରେ ଗିରଫ ହୋଇଥିବା ପିଙ୍କିଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା। କଟକ ବାରଙ୍ଗ ଥାନା ଅଞ୍ଚଳରେ କୁନ୍ତି ପ୍ରଧାନ ନାମକ ଜଣେ ମହିଳାଙ୍କ ଜମି ଉପରେ ସେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏମିତିକି ବିରୋଧ କରିବାକୁ କୁନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ପିଙ୍କି ଓ ତାଙ୍କର କିଛି ସହଯୋଗୀ ମାଡ଼ ମାରି ଆହତ କରି ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।