Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ଏସ୍‌ସିବିରେ ଗଲା ଆଉ ଜଣଙ୍କ ଜୀବନ

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Bahanaga Train Accident

Bahanaga Train Accident

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତକଙ୍କ ସଂଖା ୨୯୧କୁ ବଢ଼ିଛି।

Advertisment

ଏହି ଦୁର୍ଘଟଣାରେ ଆହତ ହୋଇ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୋହେଲ ମନସୁର। ତାଙ୍କ ଘର ବିହାରରେ। ଏସ୍‌ସିବିର ଟ୍ରମା ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା।

ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସ୍‌ସିବି ରେ ଚିକିତ୍ସାଧୀନ ଥିବା ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବାହାନଗା ଟ୍ରେନ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି।

Advertisment
Train Accident Scb Medical