Advertisment

ପୁଣି ଥାନାକୁ ଗଲେ ଅନୁଭବ

କଟକ(ଓଡ଼ିଶା ରିପୋର୍ଟର): ପୁଣି ଥାନାକୁ ଗଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। କିଛି ଦିନ ପୂର୍ବେ ମଧ୍ୟସ୍ଥ କେନ୍ଦ୍ରକୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ  ଅନୁଭବ। ବାରମ୍ବାର ନୋଟିସ […]

ଅଦ୍ୟତନ ହୋଇଛି
ପୁଣି ଥାନାକୁ ଗଲେ ଅନୁଭବ

anubhav & Barsha priyadarshini

Advertisment

କଟକ(ଓଡ଼ିଶା ରିପୋର୍ଟର): ପୁଣି ଥାନାକୁ ଗଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। କିଛି ଦିନ ପୂର୍ବେ ମଧ୍ୟସ୍ଥ କେନ୍ଦ୍ରକୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ  ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନଥିବା କହିଥିଲେ ଅନୁଭବ। ଅନୁଭବ କହିଥିଲେ ଯେ ସେ ସୋଶାଲ୍‌ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବାକୁ ସମୟ ନାହିଁ। ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନାହାନ୍ତି।”

Advertisment

ସେ ଆହୁରି କହିଛନ୍ତି “ମୁଁ ଆରମ୍ଭରୁ କହିଥିଲି ଘରୋଇ ମାମଲା। ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କେତୋଟା କଥା କହିବାକୁ। ଛାଡ଼ପତ୍ର ପାଇଁ ଦିଲ୍ଲୀରେ ମୁଁ ମାମଲା କରିଥିଲି। ତା’ପରେ ବର୍ଷା ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ୍‌ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ। ମୋର ସେଥିରେ କିଛି କହିବାର ନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବୁଝି ପାରୁନାହିଁ, ତାଙ୍କର ସବୁ ପିଟିସନ୍‌ ଉପରେ ବାରମ୍ୱାର ରିପ୍ଲାଏ କଲିଣି। ହେଲେ ରିପ୍ଲାଏ ରିସିଭ୍‌ କରିବାକୁ କେହି ଆସୁ ନାହାନ୍ତି।”

ଅନୁଭବଙ୍କ ଅଭିଯୋଗକୁ  ଖଣ୍ଡନ କରିଥିଲେ ବର୍ଷାଙ୍କ ଓକିଲ ଆର. କେ ରଥ। ସେ କହିଥିଲେ, “ଦେହ ଖରାପ ହେତୁ ଆଜି ଆସିପାରିବେନି ବୋଲି ବର୍ଷା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ନୁହଁନ୍ତି, ଅନୁଭବ ହିଁ ହାଜର ନହୋଇ ପୂର୍ବରୁ ଦିନ ଗଡ଼ାଇ ଆସିଛନ୍ତି। ଅନୁଭବ କୋର୍ଟ ପ୍ରୋସିଜିଓର ମାନୁନାହାନ୍ତି, ମନଇଚ୍ଛା ପଳାଇ ଆସୁଛନ୍ତି।”

Advertisment
Barsha Mishra Anubhav Mohanty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe