Advertisment

ଏସ୍‌ଆଇଟିର ନବମ ବୈଠକରେ ଅର୍ଚ୍ଚନା ନାଗ କଳାଧନ ଠୁଳ ମାମଲା ନେଇ ଆଲୋଚନା

ମାମଲା ବର୍ତ୍ତମାନ କୋର୍ଟରେ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ବୈଠକ ପରେ ସୂଚନା ଦେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

author-image
Niranjan Mishra
Justice arijit pasayat

Justice arijit pasayat

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ୪ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି ଇଡି। ମାମଲା ବର୍ତ୍ତମାନ କୋର୍ଟରେ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ବୈଠକ ପରେ ସୂଚନା ଦେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

Advertisment

ସେ କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ ନିଶା କାରବାର ଚିନ୍ତାର ବିଷୟ ପାଲଟିଛି। ଆଶା ଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହେଉଛି। ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହିରୋଇନ୍ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହା ଉପରେ ରୋକ୍ ଲଗେଇବା ପାଇଁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

ଜଷ୍ଟିସ ପଶାୟତଙ୍କ କଟକ ସ୍ଥିଥ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇସ ଓ କଷ୍ଟମ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Advertisment

କଳାଟଙ୍କା ସମ୍ପର୍କିତ ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଛି। ଏହାସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି | ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

SIT Investigation Archana Nag