Advertisment

ସେନା ବାହିନୀରେ ନିଯୁକ୍ତି ସୁଯୋଗ, ଘର ନିକଟ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ ପରୀକ୍ଷାର୍ଥୀ

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ।

ଅଦ୍ୟତନ ହୋଇଛି
army recruitment rally

army recruitment rally

Advertisment

ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା। ସେନା ବାହିନୀ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଏ ନେଇ କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆର୍ମି ରିକ୍ରୁମେଣ୍ଟ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପୂର୍ବରୁ ଆର୍ମିରେ ଭର୍ତ୍ତି ପାଇଁ ପ୍ରଥମେ ଶାରିରୀକ ପରୀକ୍ଷା ବା ଫିଜିକାଲ ଟେଷ୍ଟ କରାଯାଉଥିଲା। ହେଲେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ପ୍ରଥମେ ଆବେଦନକାରୀ ବା ପରୀକ୍ଷାର୍ଥୀଙ୍କ ପାଇଁ ଅନଲାଇନ ଟେଷ୍ଟ କରାଯାଇଛି। ଅନଲାଇନ ପରୀକ୍ଷାରେ ସଫଳ ହେଲା ପରେ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ଦେବେ। ଆଉ ଶେଷରେ ବାହାରିବ ମେରିଟ ଲିଷ୍ଟ।

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ ଗୋଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ର କରାଯାଇଛି। କଟକ, ଭୁବନେଶ୍ୱର, ଵ୍ରହ୍ମପୁର, ଵାଲେଶ୍ବର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଆବେଦନକାରୀ ମାନେ ନିଜ ପସନ୍ଦ ଅନୁସାରେ ସେଣ୍ଟରରେ ପରୀକ୍ଷା ଦେବାର ସୁଯୋଗ ମଧ୍ୟ ପାଇଵେ।

Advertisment

ଏହି ପରୀକ୍ଷା ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡିଵ। ଚଳିତ ବର୍ଷଠାରୁ ଅନଲାଇନ ରେଜିଷ୍ଟ୍ରେସନ ସମୟରେ ଆବେଦନକାରୀଙ୍କୁ ଅଢେଇ ଶହ ଟଙ୍କା ଅନଲାଇନରେ ଦେବାକୁ ପଡିବ। ଆବେଦନକାରୀ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ଅନ୍ୟ ଯେକୌଣସି ଅନଲାଇନରେ ଏହି ଫି’ ଦେଇ ପାରିବେ। ଆସନ୍ତା ଏପ୍ରିଲ ୧୭ ତାରିଖରୁ ମେ ୪ତାରିଖ ପର୍ଯ୍ୟନ୍ତ ଏହି ଆର୍ମି ରିକ୍ରୁଟମେଣ୍ଟ ହେବ। ଅଗ୍ନିବୀର ପାଇଁ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ୍କ ଯୁଵକମାନେ ଆବେଦନ କରିପାରିବେ ବୋଲି କଟକ ଆର୍ମି ରିକ୍ରୁଟମେଣ୍ଟ ଅଫିସ ନିର୍ଦ୍ଦେଶକ କର୍ଣ୍ଣେଲ ହମିନ୍ଦର ସିଂ କହିଛନ୍ତି।

Constable Recruitment Exam Agneepath Scheme Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe