Advertisment

ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

ଗ୍ୟାଲେରୀ ନିର୍ମାଣ ହେବାକୁ ୧୩ ବର୍ଷ ଲାଗିଥିବା ବେଳେ ଖୋଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ।

ଅଦ୍ୟତନ ହୋଇଛି
college

college

Advertisment

କଲେଜର ଖେଳ ପଡ଼ିଆରେ ଏକ ଦର୍ଶକ ଗ୍ୟାଲେରୀ ନିର୍ମାଣ ହେବାକୁ ୧୩ ବର୍ଷ ଲାଗିଥିବା ବେଳେ ଖୋଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। କିନ୍ତୁ ଉଦ୍‌ଘାଟନ ହେବାର ସପ୍ତାହେ ପରେ ବର୍ଷାରେ ଭୁଶୁଡ଼ି ଗଲା ଏହି ଗ୍ୟାଲେରୀ। ଘଟଣାଟି ଘଟିଛି କଟକ ଜିଲ୍ଲାର ବାଙ୍କୀରେ। ନିମ୍ନମାନର କାମ ଯୋଗୁ ଗ୍ୟାଲେରୀ ଭାଙ୍ଗି ଯାଇଥିବା ଲୋକେ ଅଭିଯୋଗ କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।  

Advertisment

ବାଙ୍କୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ନିମନ୍ତେ ୨୦୧୧ ମସିହାରେ ଅନୁମତି ମିଳିଥିଲା। ଏହାପରେ କାମ ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପ୍ରଥମେ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ କାମ ସରିଲା ପରେ ବାକି ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା। ପୂର୍ତ୍ତ ବିଭାଗ ଜରିଆରେ ଏହି କାମ ହୋଇଥିଲା। 

ମାତ୍ର ୧୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଗତ ୨୩ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ଗସ୍ତରେ ଆସିଥିବା ବେଳେ ତରବରିଆ ଭାବେ ଉକ୍ତ ଦର୍ଶକ ଗ୍ୟାଲେରୀର ସମ୍ମୁଖ ଭାଗୁ ଚକାଚକ କରାଯାଇଥିଲା। ଆଉ ସେହିଦିନ ମନ୍ତ୍ରୀ ଗ୍ୟାଲେରୀଟିକୁ ଉଦଘାଟନ କରିଥିଲେ। ତେବେ କାମ ଶେଷ ହୋଇ ନଥିବାରୁ କଲେଜ କର୍ତ୍ତୃପକ୍ଷ ଗ୍ୟାଲେରୀଟିକୁ ଗ୍ରହଣ କରି ନ ଥିଲେ। ଆଉ ଆଜି ସକାଳେ ପ୍ରବଳ ବର୍ଷା ହୋଇଥିବା ବେଳେ ଉକ୍ତ ଗ୍ୟାଲେରୀଟିର ଏକ ବଡ଼ ଭାଗ ଭୁଶୁଡ଼ି ଯାଇଛି।  

Advertisment

ବାଙ୍କୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା କହିଛନ୍ତି, କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆମେ ଉକ୍ତ ଗ୍ୟାଲେରୀକୁ ହାତକୁ ନେଇ ନ ଥିଲୁ।  ତେଣୁ କଲେଜ ପକ୍ଷରୁ ଏହାର ବ୍ୟବହାର ଆରମ୍ଭ ହୋଇ ନ ଥିଲା। 

ଅନ୍ୟପକ୍ଷରେ ଆଜିର ଘଟଣା ପରେ ପୂର୍ତ୍ତ ବିଭାଗ ଅଧିକାରୀ ତଥା ଠିକାଦାରଙ୍କ ପତ୍ତା ମିଳୁନି। 

Low Grade Work Building Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe