Advertisment

୩୦ ହଜାର ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ, ମାଡ଼ି ବସିଲା ଭିଜିଲାନ୍ସ

ବାଉରୀବନ୍ଧୁ ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Je Bauribandu parida

Je Bauribandu parida

Advertisment

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ କନିଷ୍ଠ ଯନ୍ତ୍ରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ବଡ଼ମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

Advertisment

୫ଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ଜେଇ ବାଉରୀବନ୍ଧୁ। ମୁଗଗହୀର ପଞ୍ଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ୍ ତ୍ୱରାନ୍ୱିତ ପାଇଁ ଜଣେ ଠିକାଦାର ବାଉରୀବନ୍ଧୁଙ୍କ ପାଖକୁ ଯାଇଥିଲେ। ବିଲ୍‌ ପାସ ପାଇଁ ବାଉରୀବନ୍ଧୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସରକାରୀ ବାସଭବନରେ ଆଣି ଟଙ୍କା ଦେବାକୁ ସେ ଠିକାଦାରଙ୍କୁ କହିଥିଲେ।

ଏ ବିଷୟରେ ଠିକାଦାର ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଆଜି ବାଉରୀବନ୍ଧୁଙ୍କ ସରକାରୀ ବାସଭବନ ପାଖରେ ଛକି ରହିଥିଲେ। ବାଉରୀବନ୍ଧୁ ତାଙ୍କ ସରକାରୀ ବାସଭବନରେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଏହାପରେ ବାଉରୀବନ୍ଧୁଙ୍କ ସରକାରୀ କ୍ୱାର୍ଟର୍ସ ସମେତ ୩ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

Advertisment

ବାଉରୀବନ୍ଧୁ ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ଦେଇ ପୂର୍ବରୁ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ବୋଲି ଜଣାପଡ଼ିଛି। 

Cuttack Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe