Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା: ବଢ଼ିଲା ମୃତ୍ୟୁ ସଂଖ୍ୟା, ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର କଟକ ଏସ୍‌ସିବିରେ ମୃତ୍ୟୁ ଘଟିଛି।

author-image
Jitendra Garnayak
undefined

Bahanaga Train Accident

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି।

Advertisment

ଏହି ମୃତକଙ୍କ ନାଁ ପଲ୍‌ଟୁ ନାସକାର। ତାଙ୍କ ଘର କୋଲକାତାରେ। ସେ କଟକରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା।

ଏହି ଟ୍ରେନ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଚାରି ଜଣ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ।

Advertisment
Scb Train Accident Scb Medical Death Bahanaga