Advertisment

ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ବଢ଼ିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା

ପୂର୍ବରୁ ଏସ୍‌ସିବିରେ ଏହି ଟ୍ରେନ୍ ଦୁର୍ଘଟଣାର ଜଣେ ଆହତଙ୍କ ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
train accident

Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଏହି ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ ରାମ। ତାଙ୍କ ଘର ବିହାରରେ। ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା।

ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ବାହାନଗା ଟ୍ରେନ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ୨ ଜଣଙ୍କ ଜୀବନ ଯାଇଛି। 

Advertisment

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ମୃତ ମୋଟ ଯାତ୍ରୀଙ୍କ ମଧ୍ୟରୁ ଏବେବି ୮୧ ଜଣ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ । ଭୁବନେଶ୍ୱରସ୍ଥିତ ଏମସ ପରିସରରେ ଏହି ଶବ ସଂରକ୍ଷିତ ହୋଇ ରହିଛି ଓ ସେଥିରୁ ୭୫ଜଣ ମୃତକଙ୍କ ଦାବିଦାର ଭାବେ ତାଙ୍କ ପ୍ରିୟଜନଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡ଼ିଛି।

Train Accident Train Tragedy Bahanaga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe