Advertisment

ଆସନ୍ତାକାଲି ମତଦାନ କରିବେ ଆଇନଜୀବୀ

ଏଥିପାଇଁ ଓଡିଶା ହାଇକୋର୍ଟ ବାର-ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

author-image
Niranjan Mishra
odisha high court

odisha high court

ଆସନ୍ତାକାଲି ରାଜ୍ୟର ସମସ୍ତ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ହେବାକୁ ଯାଉଛି। ୱାନ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର ଆସୋସିଏସନର ଗୋଟିଏ ଦିନରେ ଭୋଟ ଗ୍ରହଣ କରାଯିବ। ରାଜ୍ୟବ୍ୟାପୀ ମୋଟ ୩୩ ହଜାର ୪୩୪ ଜଣ ଆଇନଜୀବୀ ଆସନ୍ତାକାଲି ନିଜ ନିଜ ବାରଆସୋସିଏସନ ନେତୃତ୍ତ୍ୱଙ୍କୁ ନିର୍ବାଚିତ କରିବେ। ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଗୋଟି ଏକ୍‌ଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ଟି ପଦବୀ ପାଇଁ ନିର୍ବାଚନ ହେବ।

Advertisment

ଏଥିପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାରଆସୋସିଏସନର ୪୨୯୭ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ। ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପାଇଁ ହାଇକୋର୍ଟ ବାରଆସୋସିଏସନ ହଲରେ ମୋଟ ୩୭ଟି ବୁଥର ବ୍ୟବସ୍ଥା ହୋଇଛି। ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ୧ ଘଣ୍ଟା ପରେ ଭୋଟ ଗଣତି ଆରମ୍ଭ ହେବ।

ଏକ୍‌ଜିକ୍ୟୁଟିଭ କମିଟି ସଦସ୍ୟ ପଦଗୁଡିକ ପାଇଁ ପରଦିନ ଭୋଟ ଗଣତି ପାଇଁ ଧାର୍ଯ୍ୟ ହୋଇଛି। ପ୍ରଥମ ଥର ପାଇଁ ବୟସାଧିକ କାରଣରୁ ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ୧୦୩ ବର୍ଷ ବୟସ୍କ ଜଣେ ବରିଷ୍ଠ ଆଇନଜୀବୀ ଆସନ୍ତା କାଲି ନିଜ ଘରେ ରହି ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି।

Advertisment
Election High Court