BARABATI_FESTIVAL
ଚିକମିକ୍ ଆଲୁଅରେ ପୁଣି ଝଲସିବ ସିଲଭର ସିଟି କଟକ ସହର। ଆସନ୍ତା ୧୨ ତାରିଖରୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ ୨୨ତମ ବାରବାଟୀ ଫେଷ୍ଟିଭାଲ। ଭଳିକି ଭଳି ନୃତ୍ୟ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲରୁ ମଜା ନେବେ ଦର୍ଶକ। ଏହି ଫେଷ୍ଟିଭାଲ ୭ ଦିନ ଧରି ଚାଲିବ।
୨୦୦୧ ମସିହାରୁ ନିରବଚ୍ଛିନ୍ନ ଭାବେ ଓଡ଼ିଶା ନୃତ୍ୟ ମଣ୍ଡଲ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହୋଇ ଆସୁଅଛି ବାରବାଟୀ ନୃତ୍ୟ ଉତ୍ସବ। ଏହା ଚଳିତବର୍ଷ ୨୨ ବର୍ଷରେ ପଦାର୍ପଣ କରିଛି। ତେଣୁ ଏହାର ସ୍ୱତନ୍ତ୍ର ନାମ ବାରବାଟୀ ଫେଷ୍ଟିଭାଲ ନାମରେ ନାମିତ ହୋଇଛି। ନୃତ୍ୟ ସଙ୍ଗୀତ ସହ ଚିତ୍ରକଳା, ଫ୍ୟାଶନ,ଏବଂ ଚଳଚ୍ଚିତ୍ରକୁ ଆଧାର କରି ଏଥର ଏକ ନୁଆ ଆଧାରରେ ଚାଲିବ ଏହି ଫେଷ୍ଟିଭାଲ।
୩ଟାରୁ ୫ଟା ପର୍ଯ୍ୟନ୍ତ ନୃତ୍ୟ ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜେତାଙ୍କୁ ବାରବାଟୀ ପ୍ରତିଭା ସମ୍ମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହାଛଡ଼ା ଭଳିକି ଭଳି ଖାଦ୍ୟ, ଘର କରଣା ସାମଗ୍ରୀ ଆଦି ଏହି ଫେଷ୍ଟିଭାଲର ଉପଲବ୍ଧ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676085520.jpg)