ବର୍ଷା ଗଲେ ହାଇକୋର୍ଟ, ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଏହାସହ କୋର୍ଟ ଏହି ମାମଲାରେ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବର୍ଷାଙ୍କଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ଅନୁଭବ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍‌କୁ ଜଣାଇଥିଲେ। ଏହା ପରେ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ […]

anubhav-and-barsha

Ranjit Kumar Jena
  • Published: Monday, 07 February 2022
  • , Updated: 07 February 2022, 05:56 PM IST

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଏହାସହ କୋର୍ଟ ଏହି ମାମଲାରେ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ବର୍ଷାଙ୍କଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ଅନୁଭବ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍‌କୁ ଜଣାଇଥିଲେ। ଏହା ପରେ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା। ତେବେ ବର୍ଷା ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏ ନେଇ ବର୍ଷାଙ୍କ ଓକିଲ ସୁଜାତା ଜେନା କହିଛନ୍ତି, ବର୍ଷାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ସ୍ପାଉସ୍ କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ଯେଉଁ ନୋଟିସ୍ ପଠାଇଥିଲେ, ବର୍ଷା ତା’ ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାଛଡ଼ା ସାଂସଦ ଅନୁଭବ ମହାନ୍ତି ମାଟ୍ରିମୋନିଆଲ୍ ଇସ୍ୟୁକୁ ନେଇ ଗଣମାଧ୍ୟମରେ ବାରମ୍ବାର ଯେଉଁଭଳି କଥା କହୁଛନ୍ତି, ତାକୁ ବନ୍ଦ କରିବାକୁ ମଧ୍ୟ ବର୍ଷା କୋର୍ଟରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷାଙ୍କୁ ସଂସଦ ପକ୍ଷରୁ ନିୟମ ଅନୁଯାୟୀ ସ୍ପାଉସ୍ କାର୍ଡ ପ୍ରଦାନ କରାଯାଇଛି। କିନ୍ତୁ ବର୍ଷା ଏହାକୁ ଅପବ୍ୟବହାର କରୁଥିବା ଅନୁଭବ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍‌କୁ ଜଣାଇଥିଲେ। ବର୍ଷା ଦେଶ ଭିତରେ ଓ ବିଦେଶରେ ଏହାର ଫାଇଦା ଉଠାଉଥିବା ସେ କହିଥିଲେ। ଏହା ସହିତ ତୁରନ୍ତ ତାଙ୍କ ଠାରୁ ଏହି କାର୍ଡ ପ୍ରତ୍ୟାହାର କରି ନେବା ପାଇଁ ଅନୁଭବ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍‌କୁ ଅନୁରୋଧ କରିଥିଲେ।

Related story