Advertisment

ରାମ ନବମୀରେ ଗଡ଼ିଲା ଭଦ୍ରକ-ନୟାଗଡ଼ ଟାଉନ ମେମୁ, ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ

ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ। କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Memu Train

Memu Train

Advertisment

ପବିତ୍ର ରାମ ନବମୀରେ ଟ୍ରାକ୍‌ରେ ଦୌଡ଼ିବା ଆରମ୍ଭ କରିଛି ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ। କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି।

Advertisment

ଏହି ଅବସରରେ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ କହିଲେ ରେଳ ମନ୍ତ୍ରୀ ବୈଷ୍ଣବ ଘୋଷଣା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ। କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କଠାରୁ ଡିଜାଇନ ଆହ୍ୱାନ କରାଯାଇଛି। ଲୋକମାନେ ଏହା ଉପରେ ମତ ଦେବେ। ଲୋକଙ୍କ ମତାମତ ପରେ ସର୍ବଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପାଇଁ ପଠାଯିବ। ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ଆଣି ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଆଜି କଟକ ରେଳ ଷ୍ଟେସନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବୈଷ୍ଣବ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଚଳାଚଳ ଆରମ୍ଭ କରିଛନ୍ତି। ଆଜି ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡ଼ିଛି। କିନ୍ତୁ ମାର୍ଚ୍ଚ ୩୧ରୁ ଏହା ନିୟମିତ ସେବା ଆରମ୍ଭ କରିବ। ଉଭୟ ପାର୍ଶ୍ୱର ଲୋକ ଟ୍ରେନ ସେବା ପାଇ ପାରିବେ। ଦୀର୍ଘଦିନ ହେଲେ ଭଦ୍ରକ ଓ ନୟାଗଡ଼ ଜିଲ୍ଲାର ଲୋକମାନେ ମେମୁ ଟ୍ରେନ ପାଇଁ ଦାବି କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ପବିତ୍ର ରାମ ନବମୀରେ ସେବା ଆରମ୍ଭ କରାଯାଇଛି।

Advertisment

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଗୋଟିଏ ନୂଆ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ। ଶେଷରେ ଲୋକଙ୍କ ସୁବିଧା ପାଇଁ ଆଜି ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି।

08555/08556 ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ଟା ୪୦ ମିନିଟ୍‌ରେ ଛାଡ଼ି ପୂର୍ବାହ୍ନ ୧୧.୫୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ। ସେହିପରି ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୦୫ ମିନିଟରେ ଛାଡ଼ି ଭଦ୍ରକ ଠାରେ ରାତି ୧୦ଟା ୪୫ ମିନିଟରେ ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଓ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଓ ପାସେଞ୍ଜର ହଲ୍ଟ ମାନଙ୍କରେ ରହିବ।

Odisha Cuttack Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe