Advertisment

ଫେକ୍‌ ସାର୍ଟିଫିକେଟ୍‌ କାରବାରକୁ ନେଇ ଏମିତି କହିଲେ ଭର୍ତ୍ତୃହରି

‘ଜାଲ ସାର୍ଟିଫିକେଟ ଦ୍ୱାରା ଉପଯୁକ୍ତ ପ୍ରାର୍ଥୀ ଚାକିରି ପାଉନାହିଁ। କ୍ଲାସ୍‌ରେ ପ୍ରଥମ ହେଉଥିବା ଛାତ୍ରଟି ଚାକିରି ପାଉନାହିଁ। ହେଲେ କ୍ଲାସରେ ପଛରେ ବସୁଥିବା ଛାତ୍ର ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇଛି’

Bhartruhari Mahtab

Bhartruhari Mahtab

Advertisment

ରାଜ୍ୟରେ ମାଡ଼ି ଚାଲିଛି ଫେକ୍‌ ସାର୍ଟିଫିକେଟ୍‌ ରାକେଟ୍‌। ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସାର୍ଟିଫିକେଟ୍‌ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ। ସେପଟେ ଏହି ପ୍ରସଙ୍ଗକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ।

Advertisment

ସେ କହିଛନ୍ତି, ପୂର୍ବରୁ ବିହାର, ଝଡ଼ଖଣ୍ଡ ପରି ରାଜ୍ୟରେ ଫେକ୍‌ ସାର୍ଟିଫିକଟ୍‌ କଥା ଶୁଣିବାକୁ ମିଳୁଥିଲା। ଯେଉଁଥିପାଇଁ ନିଯୁକ୍ତିରେ ବିଳମ୍ୱିତ ହେଉଥିଲା। ଜାଲି ନୋଟ୍‌ ବିଦେଶରୁ ଆସୁଥିଲା ବୋଲି ଶୁଣିଥିଲୁ। ହେଲେ ଏଠି ଜାଲ୍‌ ସାର୍ଟିଫିକେଟ୍‌ ପ୍ରଚଳନ ହେଉଛି। ଆଉ ସେମାନେ ବର୍ଷ ବର୍ଷ ଧରି ଚାକିରି କରୁଥିଲେ। ଏହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅଭିଯୁକ୍ତଙ୍କୁ ଶୀଘ୍ର ଦଣ୍ଡ ଦିଆଯିବା ଦରକାର ବୋଲି ଶ୍ରୀ ମହତାବ କହିଛନ୍ତି।

ସେ ଆହୁରି କହିଛନ୍ତି, ଜାଲ ସାର୍ଟିଫିକେଟ ଦ୍ୱାରା ଉପଯୁକ୍ତ ପ୍ରାର୍ଥୀ ଚାକିରି ପାଉନାହିଁ। କ୍ଲାସ୍‌ରେ ପ୍ରଥମ ହେଉଥିବା ଛାତ୍ରଟି ଚାକିରି ପାଉନାହିଁ। ହେଲେ କ୍ଲାସରେ ପଛରେ ବସୁଥିବା ଛାତ୍ର ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇଛି, ଏଇ କେମିତି କଥା ବୋଲି ଶ୍ରୀ ମହତାବ ପ୍ରଶ୍ନ କରିଛନ୍ତି।

Advertisment
BjD Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe