Advertisment

ଦେବୀ ମିଶ୍ରଙ୍କୁ ଠେଲାପେଲା!

ନରସିଂହପୁର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଦେଖାଦେଇଛି ଫାଟ! ଆଜି ନରସିଂହପୁରର ବାସେଳିହତା ଛକରେ ବିଜେଡିର ଗୋଟିଏ ଗୋଷ୍ଠୀ ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା କରିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମନୋନୟନକୁ ନେଇ ବିରୋଧ କରିଛନ୍ତି ଖୋଦ୍ ବିଜେଡି କର୍ମୀ। ଏପରିକି ବାସେଳିହତା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି। ଆଜି ନରସିଂହପୁରରେ ଏକ ଉନ୍ନୟନମୂଳକ କାର୍ଯ୍ୟର […]

author-image
Ranjit Kumar Jena
ଦେବୀ ମିଶ୍ରଙ୍କୁ ଠେଲାପେଲା!

debi-mishra

ନରସିଂହପୁର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଦେଖାଦେଇଛି ଫାଟ! ଆଜି ନରସିଂହପୁରର ବାସେଳିହତା ଛକରେ ବିଜେଡିର ଗୋଟିଏ ଗୋଷ୍ଠୀ ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା କରିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମନୋନୟନକୁ ନେଇ ବିରୋଧ କରିଛନ୍ତି ଖୋଦ୍ ବିଜେଡି କର୍ମୀ। ଏପରିକି ବାସେଳିହତା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି।

Advertisment

ଆଜି ନରସିଂହପୁରରେ ଏକ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନୀ ସମାରୋହକୁ ଯିବା ବେଳେ ଏହାକୁ ନେଇ ବିରୋଧର ସମ୍ମୁଖୀନ ହୋଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର। କିଛି ଯୁବକ ବିଧାୟକଙ୍କୁ ବିରୋଧ ସହ ଠେଲାପେଲା କରିଥିବା ସୂଚନା ମିଳିଛି। ତେବେ ଏହାକୁ ଖଣ୍ଡନ କରିବା ସହ ବିଧାୟକ ଦେବୀ ମିଶ୍ର କହିଛନ୍ତି, ତାଙ୍କୁ କିଏ ବିରୋଧ କରିନାହାଁନ୍ତି।

ବାସେଳିହତା ପଞ୍ଚାୟତର ଆନନ୍ଦ ଚନ୍ଦ୍ର ପ୍ରତିହାରୀ କହିଛନ୍ତି, ଆମ ପଞ୍ଚାୟତରେ ଏବେ କୁଶାସନ ଚାଲିଛି। ଏଠାରେ ଗରିବ, ନିରୀହ ଓ ଖଟିକିଆଙ୍କ ଚାଉଳ କାଟି ଚାକିରିଆଙ୍କ ନାଁରେ ୩୫ କିଲୋ ଚାଉଳ ଭୋଗ କରୁଛନ୍ତି। ଏହାଛଡ଼ା ଇନ୍ଦିରା ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି ଚାଲିଛି। ଯଦି ବିଧାୟକ ସୂଚାରୁରୂପ ଏହାର ବିଚାର କରିବେ, ତାହେଲେ ଏହାଦ୍ୱାରା ସମସ୍ତେ ଉପକୃତ ହେବେ।

Advertisment