Advertisment

ପୂଜା ପୂର୍ବରୁ କଟକରେ ବୁଲିଲା ଭୁଜାଲି

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦଶହରା ପୂଜା। ଆଉ ଏହା ପୂର୍ବରୁ ଅଶାନ୍ତ ହୋଇ ପଡ଼ିଛି ଜନଗହଳି ପୂର୍ଣ୍ଣ କଟକ ସହର। ଭାଇଚାରର ସହର କଟକରେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଛି ଛୁରାମାଡ଼। କଟକ ଜୋବ୍ରା ଦୁର୍ଗା ଘର ନିକଟରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ କରାଯାଇଥିବା ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ଜୋବ୍ରା ମଲ୍ଲାସାହିର ଆଇସକ୍ରିମ୍ ଡିଷ୍ଟ୍ରିବ୍ୟୁଟର ପ୍ରଭାତ ସାହୁଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୂଜା ପୂର୍ବରୁ କଟକରେ ବୁଲିଲା ଭୁଜାଲି

knife

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦଶହରା ପୂଜା। ଆଉ ଏହା ପୂର୍ବରୁ ଅଶାନ୍ତ ହୋଇ ପଡ଼ିଛି ଜନଗହଳି ପୂର୍ଣ୍ଣ କଟକ ସହର। ଭାଇଚାରର ସହର କଟକରେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଛି ଛୁରାମାଡ଼। କଟକ ଜୋବ୍ରା ଦୁର୍ଗା ଘର ନିକଟରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ କରାଯାଇଥିବା ଜଣାପଡ଼ିଛି।

Advertisment

ବୁଧବାର ସନ୍ଧ୍ୟାରେ ଜୋବ୍ରା ମଲ୍ଲାସାହିର ଆଇସକ୍ରିମ୍ ଡିଷ୍ଟ୍ରିବ୍ୟୁଟର ପ୍ରଭାତ ସାହୁଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିଥିଲେ। ଯୁବକ ଜଣକ ଛୁରିରେ ପ୍ରଭାତଙ୍କ ବେକ କାଟିଛନ୍ତି। ଯାହା ପରେ ପ୍ରଭାତ ସେହି ସ୍ଥାନରେ ପଡ଼ି ଯାଇଥିଲେ। ଛୁରାମାଡ଼ କରିଥିବା ଯୁବକ ଜଣକକୁ ଅଟକ ରଖାଯାଇଛି।

ତେବେ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପ୍ରଭାତଙ୍କର ଅବସ୍ଥା ଗୁରୁତର ରହିଛି। ତେବେ କାହିଁକି ଯୁବକ ଜଣକ ଏଭଳି ଆକ୍ରମଣ କଲେ, ତାହା ଜଣାପଡ଼ିନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି। ଅଭିଯୁକ୍ତକୁ ମାଲଗୋଦାମ ଥାନାରେ ଅଟକ ରଖାଯାଇଛି।

Advertisment