/odisha-reporter/media/post_attachments/uploadimage/library/16_9/16_9_0/Cuttack_1676717106.jpg)
Cuttack
ଲୁଗାରେ ମହିଳାଙ୍କ ଗଳା ଚିପି ହତ୍ୟା କଲା କିନ୍ନର। ପରେ ମୃତଦେହକୁ ଟ୍ରକ୍ ଟର୍ମିନାଲ୍ରେ ଫିଙ୍ଗିଦେଲା। ଏପରି ଭୟଙ୍କର ହତ୍ୟାକାଣ୍ଡ କଟକ ଜଗତପୁର ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ କିନ୍ନରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଢେଙ୍କାନାଳ ଜିଲ୍ଲା ମାତଙ୍ଗ ଥାନା ଅଞ୍ଚଳର କିନ୍ନର ହେଉଛନ୍ତି ସୁମନ୍ତ କୁମାର ଜେନା ଓରଫ ପ୍ରିୟା। ସେ କଟକ ଚୌଦ୍ୱାର ଅଞ୍ଚଳରେ ରହୁଥିଲେ। ତାଙ୍କୁ ଜଗତପୁର ଅଞ୍ଚଳର ମଦନ ସାହୁଙ୍କ ପତ୍ନୀ କୁନି ଚିହ୍ନିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ଉଭୟଙ୍କ ଭିତରେ ଅନେକ ସମୟରେ କଥା କଟାକଟି ହୋଇଥିଲା। ଯେଉଁଥିପାଇଁ ପ୍ରିୟା ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। କୁନିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
୭ ତାରିଖ ରାତିରେ ସ୍ଥିତି ଭୟଙ୍କର ହୋଇଥିଲା। କୌଣସି କଥାକୁ ନେଇ କୁନି ଓ ପ୍ରିୟାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଲୁଗାରେ କୁନିଙ୍କ ଗଳାକୁ ଚିପି ପ୍ରିୟା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ମୃତଦେହକୁ ନେଇ ଜଗତପୁର ଟ୍ରକ୍ ଟର୍ମିନାଲରେ ଫିଙ୍ଗି ଦେଇଥିଲା। ତା’ପରେ ନିଜ ଘରକୁ ପଳାଇ ଆସିଥିଲା ପ୍ରିୟା।
୮ ତାରିଖରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୁଲିସ ମୃତଦେହ ଜବତ କରିଥିଲା। କିନ୍ତୁ ପରିଚୟ ପାଇଥିଲା। ମୃତଦେହ ମିଳିବାର କିଛି ସମୟ ପରେ ମଦନ ସାହୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପୁଲିସ୍ ଏହି ହତ୍ୟାକାଣ୍ଡକୁ ଗୁରୁତର ସହ ନେଇ ବହୁ ଲୋକଙ୍କୁ ଜେରା କରିଥିଲା। ଏପରିକି ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରିଥିଲା। ଶେଷରେ ପ୍ରିୟା ପାଖରେ ପୁଲିସ୍ ପହଞ୍ଚିଥିଲା।
ପୁଲିସ ପ୍ରିୟାକୁ ଅଟକ ରଖି ଘନଘନ ଜେରା କରିଥିଲା। ଜେରା ବେଳେ ନିଜ ଦୋଷ ସ୍ୱୀକାର କରିଥିଲା ପ୍ରିୟା। ହତ୍ୟା କରି ଫିଙ୍ଗି ଦେଇଥିବା କହିଥିଲା। ଏହା ପରେ ପୁଲିସ୍ ତାକୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ସ୍ଥଳକୁ ନେଇ ଡେମୋ କରିଛି। ଏହାଛତା ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଲୁଗାକୁ ଜବତ କରିଛି। ଆଜି ଅଭିଯୁକ୍ତ ପ୍ରିୟାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
