Advertisment

ସିଏମ୍‌ସି ବୈଠକରେ ହୋ-ହଲ୍ଲା ଓ ପାଟିତୁଣ୍ଡ

କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ। ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ। ସେପଟେ ବିନା ବିରୋଧୀରେ ବୈଠକ ଚାଲିଥିଲା।

CMC

CMC

Advertisment

କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲ୍‌ ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ପାଟିତୁଣ୍ଡ। ଏକାଧିକ ଉଦ୍‌ଘାଟନ ଉତ୍ସବରେ କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡାକିବା ସହ ଫଳକରେ ନାଁ ନଥିବା ଅଭିଯୋଗ ଆଣି କଂଗ୍ରେସ କର୍ପୋରେଟରମାନେ ସମ୍ମିଳନୀ ଗୃହରେ ଧାରଣାରେ ବସିଥିଲେ। ପାଟିତୁଣ୍ଡ କରିଥିଲେ। ଏହାର ସ୍ପଷ୍ଟୀକରଣ ଚାହିଁଥିଲେ କଂଗ୍ରେସ କର୍ପୋରେଟର।

Advertisment

କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ। ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ। ସେପଟେ ବିନା ବିରୋଧୀରେ ବୈଠକ ଚାଲିଥିଲା। ସେହିପରି ସିଏମସିର ଜଣେ ନିର୍ବାହୀ ଅଧିକାରୀ ଜଣେ କଂଗ୍ରେସ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ବିରୋଧୀ କମିଶନରଙ୍କ ବହିଷ୍କାର ଦାବିରେ ଧାରଣାରେ ବସିଥିଲେ।

କଂଗ୍ରେସ କର୍ପୋରେଟର ଲିଜା ରାଉତ କହିଛନ୍ତି, ଗତ ୪ ତାରିଖରେ କଟକ ସହରରେ ୪ଟି ସ୍ଥାନରେ ଶିଳାନ୍ୟାସ ହୋଇଥିଲା। ଏଠାରେ ଭାଗ ନେବା ପାଇଁ କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ସିଏମ୍‌ସି ପକ୍ଷରୁ ବିଧାୟକଙ୍କୁ କୌଣସି ଚିଠି ହୋଇନାହିଁ। ଏପରି କରି ତାଙ୍କୁ ଅପମାନିତ କରାଯାଇଛି। ମଧୂବାବୁ ସ୍ମୃତି ପୀଠ ଶିଳାନ୍ୟାସ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ଫଳକରେ ବିଧାୟକଙ୍କ ନାଁ ମଧ୍ୟ ନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଲିଜା ଅଭିଯୋଗ କରିଛନ୍ତି।

Advertisment

ମେୟର ସୁବାସ ସିଂହ କହିଛନ୍ତି, ବିକାଶ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏ ସମ୍ପର୍କିତ ଆଲୋଚନାରେ ଭାଗ ନନେଇ ଉଠି ପଳାଇବା ଠିକ୍‌ ହୋଇନାହିଁ। ଆମର ଯେଉଁଟି ତ୍ରୁଟି ହେଉଛି, ତାକୁ ସଜଡା ଯାଉଥିବା କହିବା ପରେ କାନ୍‌ଉନ୍‌ସିଲକୁ ଅଚଳ ଓ ଭଙ୍ଗାରୁଜୁ କରିବା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଉପହାସ। କଟକବାସୀଙ୍କ ସ୍ୱାର୍ଥ ପାଇଁ ଏ କାମ ସେମାନେ କରିନାହାନ୍ତି। କଟକବାସୀଙ୍କ ମତ ହେଉଛି, କେମିତି ଭଲ କାମ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।

Bjp BjD Cuttack Cmc Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe