Advertisment

ରାଜଧାନୀ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ

କଟକ (ଓଡ଼ିଶା ରିପୋର୍ଟର): କଟକ ସହରକୁ ଫେରିଲା କଣ୍ଟେନମେଣ୍ଟ। ଗୋଟିଏ ପରିବାରର ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି। ପରିବାରର କୌଣସି ସଦସ୍ୟ ବାହାରକୁ ଯାଇପାରିବେ ନାହିଁ କି କେହି ଏମାନଙ୍କ ଘରକୁ ଆସିପାରିବେ ନାହିଁ। ପରିବାର […]

ଅଦ୍ୟତନ ହୋଇଛି
ରାଜଧାନୀ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ

ctc

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ସହରକୁ ଫେରିଲା କଣ୍ଟେନମେଣ୍ଟ। ଗୋଟିଏ ପରିବାରର ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Advertisment

ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି। ପରିବାରର କୌଣସି ସଦସ୍ୟ ବାହାରକୁ ଯାଇପାରିବେ ନାହିଁ କି କେହି ଏମାନଙ୍କ ଘରକୁ ଆସିପାରିବେ ନାହିଁ। ପରିବାର ଲୋକଙ୍କୁ ସିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ। ଏପରିକି ପରିବାର ପାଇଁ ଯୋଗାଣ ଓ ସ୍ୱାସ୍ଥ୍ୟବସ୍ଥା ଦାୟିତ୍ୱରେ ସିଏମସିର କର୍ତ୍ତୃପକ୍ଷ ରହିବେ।

ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ। ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

Advertisment

କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ। ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଏହା ପୂର୍ବରୁ ଭୁବନେଶ୍ୱରର ତିନୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe