Advertisment

ହାଜତ ମୃତ୍ୟୁ ମାମଲା ତଦନ୍ତରେ କ୍ରାଇମବ୍ରାଞ୍ଚ ଫେଲ, ୧୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

ଏହି ମାମଲାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ।

High Court

High Court

Advertisment

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲା ତଦନ୍ତ କରିବାରେ କ୍ରାଇମ୍‌ବ୍ରାଞ୍ଚ ଫେଲ। ଏହି ମାମଲାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ଏକ ମାସ ମଧ୍ୟରେ ଏହି କ୍ଷତିପୂରଣ ରାଶି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଆବେଦନକାରୀ ପ୍ରଦୀପ କୁମାର ମହୁରୀଆ ଏବଂ ପତ୍ନୀ ପ୍ରବୀଣା ମହୁରିଆ ତାଙ୍କ ପୁଅ ଆକାଶ ମହୁରିଆଙ୍କ ଜୟପୁର ଟାଉନ ଥାନା ହାଜତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଘଟଣା ଅନୁଯାୟୀ ୨୦୧୭ ଜାନୁଆରୀ ୩୦ ତାରିଖରେ ଏକାଧିକ ମାମଲାରେ ୱାଣ୍ଟେଡ ଥିଲେ ଆକାଶ ମହୁରୀଆ। ତାଙ୍କୁ ଟାଉନ ଥାନା ପୁଲିସ ଗାନ୍ଧୀ ଛକ କେନାଲ ରୋଡରେ ଅଟକାଇ ମାରପିଟ କରି ଥାନାକୁ ନେଇଥିଲା। ଆକାଶର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ପ୍ରଥମେ ଜୟପୁର ଉପଖଣ୍ଡ ମେଡିକାଲ ଏବଂ ପରେ ଜିଲ୍ଲା ସଦର ମହକୁମା ହସ୍ପିଟାଲ ନିଆଯାଇଥିଲା।

ଠିକ ଏହାର ପରଦିନ ଆକାଶର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଏତଲା ଗ୍ରହଣ ନ କରିବାରୁ ମୃତକଙ୍କ ମା ପ୍ରବୀଣା ମହୁରୀଆ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କମିଶନ।

Advertisment

କ୍ରାଇମବ୍ରାଞ୍ଚ ବାରମ୍ବାର ସମୟ ଗଡ଼ାଇ ଚାଲିଥିବା ଯୋଗୁଁ ତଦନ୍ତକାରୀ ଅଧିକାରୀଙ୍କ ଆନ୍ତରିକତା ନଥିବା କୋର୍ଟ ଅନୁଭବ କରିଛନ୍ତି। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ମେଡିକାଲ ରିପୋର୍ଟକୁ ଆଧାର କରି ଆକାଶଙ୍କ ମୃତ୍ୟୁ ପୁଲିସ ମାଡ଼ରେ ହୋଇଥିବା ଦର୍ଶାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

High Court Custody Death Custodial Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe