ମାନସ ହତ୍ୟାକାଣ୍ଡ: ପୁଣି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

କଟକ(ଓଡ଼ିଶା ରିପୋର୍ଟର): ସରିଲାଣି ରିମାଣ୍ଡ ଅବଧୀ । ହେଲେ ସରିନି ତଦନ୍ତ । ଆହୁରି ବହୁତ ଗୁମର ଉପରୁ ପରଦା ଉଠିନି। ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣା ପଛରେ ଥିବା ମେମୋରି ଚିପ୍‌ର ଟେର ପାଇପାରିନି କ୍ରାଇମବ୍ରାଞ୍ଚ ଟିମ୍‌। ଗତ ୫ ଦିନ ଧରି  ମାନସ  ହତ୍ୟା ଘଟଣା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତ ଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ରିମାଣ୍ଡ ଅବଧୀ ସରି ଯାଇଥିବା ବେଳେ ସେମାନଙ୍କୁ […]

sarmista

sarmista

Niharika Rout
  • Published: Sunday, 03 April 2022
  • Updated: 03 April 2022, 09:58 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସରିଲାଣି ରିମାଣ୍ଡ ଅବଧୀ । ହେଲେ ସରିନି ତଦନ୍ତ । ଆହୁରି ବହୁତ ଗୁମର ଉପରୁ ପରଦା ଉଠିନି। ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣା ପଛରେ ଥିବା ମେମୋରି ଚିପ୍‌ର ଟେର ପାଇପାରିନି କ୍ରାଇମବ୍ରାଞ୍ଚ ଟିମ୍‌। ଗତ ୫ ଦିନ ଧରି  ମାନସ  ହତ୍ୟା ଘଟଣା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତ ଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ରିମାଣ୍ଡ ଅବଧୀ ସରି ଯାଇଥିବା ବେଳେ ସେମାନଙ୍କୁ ପୁଣି ଥରେ ୫ ଦିନ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ ।

ଗତ ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠା, ଝୁନୁ, ରଞ୍ଜନ ଓ ନିରଞ୍ଜନ ସେଠୀଙ୍କୁ ରିମାଣ୍ଡରେ  ଆଣି  ସେମାନଙ୍କ ନିକଟରୁ ବହୁ ସତ୍ୟ ବାହାର କରିଛି। ଏହି ୪ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧୀ ଗତକାଲି ସରି ଯାଇଥିବା ବେଳେ  ଆଜି ଅପରାହ୍ନ ୩ଟା ସୁଦ୍ଧା ସେମାନଙ୍କୁ ଚାନ୍ଦବାଲି JMFCରେ ହାଜର କରାଯିବ । ସେଠାରେ  କ୍ରାଇମବ୍ରାଞ୍ଚ ପୁଣି ଥରେ ଏହି ଅଭିଯୁକ୍ତମାନଙ୍କୁ  ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାଯାଇଛି। ତେବେ ବିଚାରପତି ପୁଣି ଥରେ ରିମାଣ୍ଡ ଆବେଦନକୁ ମଞ୍ଜୁର କରୁଛନ୍ତି ନା କ୍ରାଇମବ୍ରାଞ୍ଚକୁ ନିରାଶ ହେବାକୁ ପଡ଼ୁଛି ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ  ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବୟାନ, ସିନ୍ ରିକ୍ରିଏସନ୍ ସହ ବହୁ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ହେଲେ ହତ୍ୟାକାଣ୍ଡ କାହିଁକି ହୋଇଥିଲା, ତା’ ପଛରେ ଥିବା ମେମୋରି ଚିପ୍‌ ଏବେ କେଉଁଠି, ତାହା ଅଛି ନା ନାହିଁ, ସେ ଦିଗରେ କୌଣସି ସୂଚନା ମିଳିପାରିନି ।

୫ ଦିନର ରିମାଣ୍ଡ ଅବଧୀ ମଧ୍ୟରେ ଶର୍ମିଷ୍ଠା ବଖାଣିଥିଲେ ଅପହରଣ, ହତ୍ୟା ଆଉ ଶବ ପୋତିବାର କାହାଣୀ ।  ସିନ୍‌ ରିକ୍ରିଏସନ ବି କରି ଦେଖାଇଥିଲେ। ଶର୍ମିଷ୍ଠାଙ୍କ ପାଇଁ କେମିତି ସୁରକ୍ଷାର ଢାଲ ସାଜିଥିଲେ ବାବୁ ନିରଂଜନ, ତାର ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଜେରା ବେଳେ ପଦାକୁ ଆସିଛି ।  ମାନସ ହତ୍ୟାକାଣ୍ଡର ପରେ ଶର୍ମିଷ୍ଠା ରାଉତଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଫେରାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜେରା ବେଳେ ମାନିଥିଲେ  ନିରଞ୍ଜନ ।

ଗତକାଲି ନିରଂଜନ ଓ ଶର୍ମିଷ୍ଠାଙ୍କୁ ନେଇ ‘ସମ୍ପୂର୍ଣ୍ଣ’ ନ୍ୟୁଜ୍‌  ଅଫିସରେ ସିନ୍ ରିକ୍ରିଏସନ୍ କରିଥିଲେ ତଦନ୍ତକାରୀ ଅଧିକାରୀ । ନିରଞ୍ଜନଙ୍କ ଏକ ଗୁପ୍ତ ଡାଏରୀ  ଜବତ ହୋଇଥିବା ବେଳେ ସେଥିରେ କ’ଣ ଅଛି ତାହା ଜଣାପଡ଼ିନି । ଶର୍ମିଷ୍ଠାଙ୍କୁ ସଂପୂର୍ଣ୍ଣ ଅଫିସ୍‌ ପାଖରେ ଥିବା ତାଙ୍କର ଭଡ଼ା ଘରକୁ ନିଆଯାଇଥିଲା। ସେହି ଘରେ ସେ ତାଙ୍କ ମୋବାଇଲ ଛାଡ଼ିଥିଲେ। କ୍ରାଇମବ୍ରାଞ୍ଚ ମୋବାଇଲଟିକୁ ଜବତ କରିଛି।

ଏହାପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍‌ ମାନସ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରଞ୍ଜନକୁ  ଚଣ୍ଡିଖୋଲଠୁ ୨ କିମି ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ପାଇଥିଲା ଠୋସ୍‌ ପ୍ରମାଣ। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ଏବେ କେବଳ ସମସ୍ତଙ୍କ ଆଖି ମେମୋରି ଚିପ୍‌ ଉପରେ। ତାହା ଅଛି ନା ନାହିଁ, ଅଛି ଯଦି କେଉଁଠି ଓ କାହା ପାଖରେ ଅଛି । ସେଥିରେ ଏମିତି କାହା ଗୁମର ଲୁଚି ରହିଛି ଯେଉଁଥିପାଇଁ ଅକାଳରେ ଝରି ପଡ଼ିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଜୀବନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story