Advertisment

ସତ ଉଗାରିଲା ରଞ୍ଜନ: ଶଙ୍ଖାରିଗଡ଼ାରୁ ମିଳିଲା ମାନସ ମର୍ଡରର ପ୍ରମାଣ

କଟକ(ଓଡ଼ିଶା ରିପୋର୍ଟର): ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ମାନିଛି ରଞ୍ଜନ । କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ବି ମୁଖ୍ୟ  ଭୂମିକା ନିଭାଇଥିବା ପ୍ରମାଣ ହାତେଇଛି କ୍ରାଇମବ୍ରାଞ୍ଚ। ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲଠୁ ୨ କିମି ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ମିଳିଛି ଠୋସ୍‌ ପ୍ରମାଣ। […]

ଅଦ୍ୟତନ ହୋଇଛି
ସତ ଉଗାରିଲା ରଞ୍ଜନ: ଶଙ୍ଖାରିଗଡ଼ାରୁ ମିଳିଲା ମାନସ ମର୍ଡରର ପ୍ରମାଣ

spot

Advertisment

କଟକ(ଓଡ଼ିଶା ରିପୋର୍ଟର): ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ମାନିଛି ରଞ୍ଜନ । କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ବି ମୁଖ୍ୟ  ଭୂମିକା ନିଭାଇଥିବା ପ୍ରମାଣ ହାତେଇଛି କ୍ରାଇମବ୍ରାଞ୍ଚ। ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲଠୁ ୨ କିମି ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ମିଳିଛି ଠୋସ୍‌ ପ୍ରମାଣ। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।

Advertisment

ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗତ ମଙ୍ଗଳବାରଠୁ ରିମାଣ୍ଡରେ ନେଇଥିବା ବେଳେ ଆଜି ସକାଳୁ ୨ ଟି ଗାଡ଼ିରେ ଅଭିଯୁକ୍ତଙ୍କୁ ସ୍ପଟକୁ ନିଆଯାଇଥିଲା। ତେବେ ରଞ୍ଜନଙ୍କୁ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ଶଙ୍ଖାରିଗଡ଼ାକୁ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ କେଉଁଠିକୁ ନିଆଯାଇଛି, ସେ ସମ୍ପର୍କରେ କିଛି ସୂଚନା ମିଳିନି।

[caption id="attachment_724096" align="aligncenter" width="650"]publive-image ମୃତଦେହ ପୋତିବାରେ ବ୍ୟବହୃତ ସାମଗ୍ରୀକୁ ବୁଦା ମୂଳରୁ ବାହାର କରୁଛି ରଞ୍ଜନ ।[/caption]

Advertisment

ଶଙ୍ଖାରାଗଡ଼ାକୁ କ୍ରାଇମବ୍ରାଞ୍ଚ ଟିମ୍‌ ରଞ୍ଜନକୁ ନେଇ ଯାଇଥିବା ବେଳେ ସେଠାରୁ ଜବତ କରିଛି ମାନସଙ୍କ ଇଅରଫୋନ, ଚପଲ, ଏକ ଅଖା, ଶାଢୀ, କୋଦାଳ ଓ ଗଇଁତି। ଇଅରଫୋନ, ଚପଲ, ଏକ ଅଖା, ଶାଢୀ ଦରପୋଡ଼ା ଅବସ୍ଥାରେ ମିଳିଥିବା ବେଳେ ଏକ ବୁଦା ମୂଳରେ କୋଦାଳ ଓ ଗଇଁତିକୁ ଫୋପଡ଼ା ଯାଇଥିଲା। ମାନସ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ ନିମନ୍ତେ ଅଭିଯୁକ୍ତମାନେ ସୁଚିନ୍ତିତ ଷଡ଼ଯନ୍ତ୍ର ରଚନା କରିଥିଲେ।

ସୂଚନା ଅନୁଯାୟୀ,  ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିଥିବା ରଞ୍ଜନ ମାନିଛି। ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା। ଝୁନୁ, ଶର୍ମିଷ୍ଠା, ବିବେକ, ରଞ୍ଜନ, ଭାଗ୍ୟଧର ସେଠୀ ଅପହରଣରେ ସାମିଲ ଥିଲେ। ଏହାପରେ ଦୟାଲ ଆଶ୍ରମରେ ପହଞ୍ଚିଥିଲେ ନିରଞ୍ଜନ ସେଠୀ। ସେଠାରେ ଅନ୍ୟମାନଙ୍କ ସହ ସେ ବି ମାନସଙ୍କୁ ନିର୍ଧୂମ ପିଟିଥିଲେ।

[caption id="attachment_724098" align="aligncenter" width="650"]publive-image ବୁଦାମୂଳରୁ ମାନସ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ବାହାର କରୁଛି ରଞ୍ଜନ ।[/caption]

ଅତ୍ୟଧିକ ମାଡ଼ ହେତୁ ମାନସଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ଶାଢୀରେ ଗୁଡ଼ାଇ ଶର୍ମିଷ୍ଠାଙ୍କ କାର୍‌ରେ ନୟାଗଡ଼ ନିଆଯାଇଥିଲା। ସେଠାରେ ଶବ ପୋତାଯିବା ପରେ ଏଥିରେ ବ୍ୟବହୃତ ଜିନିଷକୁ ନଷ୍ଟ କରିବାକୁ ଅଭିଯୁକ୍ତମାନେ ନୟାଗଡ଼ରୁ ପହଞ୍ଚିଥିଲେ ସୁଦୂର ଚଣ୍ଡିଖୋଲର ଶଙ୍ଖାରିଗଡ଼ାରେ। ସେଠାରେ ଏକ ନିଛାଟିଆ ଜାଗା ଦେଖି ବୁଦା ମୂଳେ ଇଅର ଫୋନ, ଚପଲ, ଶାଢୀ, ଅଖାରେ ନିଆଁ ଲଗାଇ ଦେଇଥିବା ବେଳେ କୋଦାଳ, ଗଇଁତିକୁ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ନିଜ ନିଜ ବାଟରେ ଚାଲି ଯାଇଥିଲେ। ଭାବିଥିଲେ ପୁଲିସ୍‌ ପକ୍ଷେ ପ୍ରମାଣ ହାତେଇବା କଷ୍ଟକର ହୋଇପଡ଼ିବ। ଫଳରେ ସେମାନେ ଅନାୟସରେ ଖସିଯିବେ। ହେଲେ ସେମାନଙ୍କ ଆକଳନ ଭୁଲ ପ୍ରମାଣିତ ହେଲା

ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ପୁଲିସ୍‌ ହାତରୁ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା। ଏହାପରେ କ୍ରାଇମବବ୍ରାଞ୍ଚ ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠା, ଝୁନୁ, ନିରଞ୍ଜନ ଓ ରଞ୍ଜନଙ୍କୁ ଗତ ମଙ୍ଗଳବାରଠୁ ରିମାଣ୍ଡରେ ନେଇଛି। ଆସନ୍ତାକାଲି ରିମାଣ୍ଡ ଅବଧୀ ସରୁଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ସ୍ପଟକୁ ନେଇ ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଛି ଟିମ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe