Advertisment

ରାୟଗଡ଼ା ହାଜତ ମୃତ୍ୟୁ ମାମଲା: ୧୦ ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହି ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ହାଇକୋର୍ଟ। ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଛି।

high court

high court

Advertisment

ରାୟଗଡ଼ା ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକା ହାଜତ ମୃତ୍ୟୁ ମାମଲାରେ ସିଆରପିଏଫ୍‌ ଓ ପୁଲିସ ବିଭାଗକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଖରେ ଏହି ଟଙ୍କା ଡିପୋଜିଟି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସିଆରପିଏଫ ଏବଂ ରାଜ୍ୟ ପୁଲିସ ଉଭୟ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି। ୮ ସପ୍ତାହ ମଧ୍ୟରେ ଏହି ଟଙ୍କା ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଦେବା ସହ ୯ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। 

ସେପଟେ ଏହି ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ହାଇକୋର୍ଟ। ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଛି।

Advertisment

ସୂଚନା ଥାଉକି, ଗତ ୨୦୧୦ ଜୁନ ୩ ତାରିଖରେ ରାୟଗଡା ଜିଲ୍ଲାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ମାଓବାଦୀ ସନ୍ଦେହରେ ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକାଙ୍କୁ ଚନ୍ଦ୍ରପୁର ଥାନାରେ ସିଆରପିଏଫ କର୍ମଚାରୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା।

Odisha Police High Court Custodial Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe